କନକ ବ୍ୟୁରୋ: ଗାନ୍ଧିଜୀଙ୍କ ସହ ଫଟୋରେ ଥିବା ଏ ମହିଳା ଜଣକ କିଏ ଜାଣନ୍ତି । ଏ ହେଉଛନ୍ତି ମା’ ରମାଦେବୀ । ୧୮୯୯ରେ କଟକ ଜିଲ୍ଲା ସତ୍ୟଭାମାପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜିଲ୍ଲାପାଳ ଓ ସ୍ବାମୀ ଥିଲେ ଉପଜିଲ୍ଲାପାଳ । ହେଲେ ଟଙ୍କା, ଆଭିଜାତ୍ୟ ତାଙ୍କୁ ଦେଶ ଭକ୍ତିରୁ ଅଟକେଇ ପାରିନଥିଲା । ଦେଶ ପାଇଁ ତ୍ୟାଗ ତାଙ୍କୁ ରମାଦେବୀ ଚୌଧୁରୀରୁ କରିଦେଲା ମା’ ରମାଦେବୀ । ଜମିଦାର ବୋହୂରୁ ପାଲଟିଯାଇଥିଲେ ସ୍ବାଧୀନତା ସଂଗ୍ରାମୀ । ଆଉ ସେବା ପାଇଁ ପ୍ରଥମ କର୍ମଭୂମି ରୂପେ ବରୀକୁ ବାଛିଥିଲେ । କସ୍ତୁରବା ମତୃମଙ୍ଗଳ କେନ୍ଦ୍ର ସେବା ଘର ଓ ଗୋପବନ୍ଧୁ ରମାଦେବୀ ଆଶ୍ରମରେ ରହି ନିଜ ଜୀବନକୁ ଲୋକଙ୍କ ସେବା ପାଇଁ ଉତ୍ସର୍ଗ କରିଦେଇଥିଲେ ।

Advertisment

ଅଧିକ ପଢନ୍ତୁ : ରମାଦେବୀ +୨ କଲେଜରେ ରାଗିଂ ଅଭିଯୋଗ । କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲା ଗଣଶିକ୍ଷା ବିଭାଗ, ଚୁଟି କୁଣ୍ଡାଇବାକୁ ନେଇ ବିବାଦ ।

ଏହି ଗୋପବନ୍ଧୁ ରମାଦେବୀ ଆଶ୍ରମ ଠାରେ ମା’ ରମାଦେବୀଙ୍କର ୧୨୫ ତମ ଜନ୍ମ ବାର୍ଷିକି ଅନୁଷ୍ଠିତ ହୋଇଯାଇଛି । ବରୀ ରମାଦେବୀ ଆଶ୍ରମରେ ଆଜି ବି ଗୋପାଳନ ହେଉଛି । ବିଭିନ୍ନ ଗଛ ଲତା ପନିପରିବା ଚାଷ ଦେଖିଲେ ପେଟ ପୁରିଯାଉଛି ।  ମା’ ରମାଦେବୀଙ୍କ ଜନ୍ମ ବାର୍ଷିକି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ଯୁବପିଢ଼ିଙ୍କ ମଧ୍ୟରେ ତ୍ୟାଗ, ନୀତି, ସଂସ୍କାରକୁ ଉଦ୍‌ଜୀବିତ ରଖିବା ।