କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଏଣିକି ଓଡ଼ିଶା ସିଭିଲ ସର୍ଭିସରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବର୍ଗର ପ୍ରାର୍ଥୀଙ୍କୁ  ଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବା ବେଳେ ଏହାକୁ ୨୭ ତାରିଖ ପର୍ୟ୍ୟନ୍ତ ବଢ଼ାଯାଇଛି । ମାର୍ଚ୍ଚ ୭ ତାରିଖକୁ ଆବେଦନର ଶେଷ ତାରିଖ ରଖାଯାଇଛି ।

Advertisment

ଅଧିକ ପଢନ୍ତୁ : ଗରିବି ଆଗରେ ହାର ମାନିଲା ମୁନାଙ୍କ ମନୋବଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପାଇଲେ ୬୭ତମ ରାଙ୍କ ।

ରାଜଧାନୀ ଭୁବନେଶ୍ୱର ଜଣେ ଟ୍ରାନ୍ସଜେଣ୍ଡର ଓପିଏସ୍ ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହିଁ ମଧ୍ୟ ସଫଳ ହୋଇନଥିଲେ । ଏନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରିତ ହୋଇଥିଲା । ସିଭିଲ ପରୀକ୍ଷା ବିଜ୍ଞପ୍ତିରେ ସଂଶୋଧନ ପରେ ଏବେ ଆବେଦନ ଫର୍ମରେ ‘ଜେଣ୍ଡର ଅପସନ୍ ଥିବା କଲମ’ ତୃତୀୟ ଲିଙ୍ଗିଙ୍କ ପାଇଁ ମଧ୍ୟ ସୁବିଧା ରହିବ । ଆଗରୁ ଏଥିରେ କେବଳ ପୁରୁଷ କିମ୍ବା ନାରୀ ରହିଥିଲା । ଆବେଦନ ବେଳେ ସମ୍ପୃକ୍ତ ଟ୍ରନ୍ସଜେଣ୍ଡର ସେମାନଙ୍କ ପରିଚୟ ପ୍ରମାଣ ପତ୍ର ଦାଖଲ କରିବାକୁ ହେବ ।