କନକ ବ୍ୟୁରୋ : ଗଜପତି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ--କେମିତି ସୃଷ୍ଟି ହୁଏ ଭୀଷଣ ବାତ୍ୟା ? ସମୁଦ୍ର ଭିତରେ ଏମିତି ଗୋଟାଏ ବଳ
ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ବାତ୍ୟା ମନ୍ଥା ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ । ତେଣୁ ସେହିସବୁ ଜିଲ୍ଲାର ୩୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଅଙ୍ଗନବାଡି ବନ୍ଦ ରହିବ କିନ୍ତୁ ଶୁଖିଲା ଖାଦ୍ୟ ଶିଶୁଙ୍କ ଘରକୁ ପଠାଯିବ । ବାତ୍ୟା ପ୍ରଭାବିତ ୮ ଜିଲ୍ଲାରେ ସବୁ ସରକାର କର୍ମଚାରୀଙ୍କ ଛୁଟି ବାତିଲ । ବାତ୍ୟା ପ୍ରଭାବରେ ୬୦ରୁ ୧୦୦କିମି ପର୍ଯ୍ୟନ୍ତ ହୋଇପାରେ ପବନ । ଏନେଇ ବିଭିନ୍ନ ବିଭାଗ ସହ ପ୍ରସ୍ତୁତି ନେଇ ବୈଠକ ସରିଛି । ପଞ୍ଚାୟତରୁ ରାଜ୍ୟ ସ୍ତରରେ ପ୍ରସ୍ତୁତି ସରିଛି , ଯେ କୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ବାତ୍ୟାର ଗତି ବଢ଼ି ବଢ଼ି ଯାଉଛି । ଅବପାତର ଗତି ଘଣ୍ଟା ପ୍ରତି ୧୮ କିମି ବେଗରେ ରହିଛି , ଗତି ଯେତେ ବଢିବ କ୍ଷତି କମିବ । ମାଲକାନଗିରି ଦେଇ ଅତିକ୍ରମ କରି ଛତିଶଗଡ ଯିବ ବାତ୍ୟା । ଛତିଶଗଡରେ ବର୍ଷା ଵି ହେବ ଫଳରେ ମହାନଦୀରେ ପାଣି ଆସିବ । ଜଳ ଭଣ୍ଡାରରୁ ଜଳ ଛଡ଼ା ଯାଉଛି । ସମୁଦ୍ର ଭିତରେ ଥିଲେ ଫେରି ଆସିବା ପାଇଁ ନିର୍ଦ୍ଧେଶ । ଆବଶ୍ୟକ ହେଲେ ହେଲିକେପ୍ଟର ବ୍ୟବହାର ହେବ । ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ । ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରନ୍ତୁ ନାହିଁ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ଗତି ଧିରେ ଧିରେ ଆଗକୁ ବଢୁଛି । ଆସନ୍ତାକାଲି ରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଗତି କରିବ । କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବ ମୋନ୍ଥା । ଏହି ସମୟରେ ପବନର ବେଗ ୬୦ରୁ ୭୦ କିମି ରହିବ । ଅତି ବେଶୀରେ ପବନର ବେଗ ୮୦ କିମି ରହିବ । ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଅବପାତ ହୋଇ ଦୁର୍ବଳ ହେବ । ଆଇଏମ୍ଡି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/27/gajapati-2025-10-27-16-12-47.jpg)