FLASHBACK 2025: କେଉଁଠି ବଦଳିଲା ସରକାର? କିଏ ପୁଣି ସତ୍ତାକୁ ଫେରିଲା ?

Advertisment

୨୦୨୫ ଶେଷ ହେବାକୁ ଯାଉଛି । ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷକୁ ସ୍ୱାଗତ କରିବେ ଲୋକ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ କିନ୍ତୁ ୨୦୨୫ ସାକ୍ଷୀ ରହିଛି ଅନେକ ରାଜନୈତିକ ଘଟଣାବଳୀର । ଚଳିତ ବର୍ଷ କିଛି ଦେଶରେ ପ୍ରତିବାଦ ପରେ ସରକାର ଭାଙ୍ଗିଛି, ତ ଆଉ କିଛି ଦେଶରେ ଗଢ଼ାହେଇଛି ନୂଆ ସରକାର । ସରକାର ଭାଙ୍ଗିଛି, ସରକାର ଗଢ଼ାହେଇଛି । ତେଣୁ ଆଜି ଆସନ୍ତୁ ଜାଣିବା ୨୦୨୫ରେ କେଉଁ କେଉଁ ଦେଶରେ ନିର୍ବାଚନ ହୋଇଥିଲା, ଆଉ ଏଥିରେ କେଉଁ କେଉଁ ନେତା ବାଜି ମାରିଥିଲେ ।

୨୦୨୫ ଶେଷ ହେବାକୁ ଯାଉଛି । ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷକୁ ସ୍ୱାଗତ କରିବେ ଲୋକ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ କିନ୍ତୁ ୨୦୨୫ ସାକ୍ଷୀ ରହିଛି ଅନେକ ରାଜନୈତିକ ଘଟଣାବଳୀର । ଚଳିତ ବର୍ଷ କିଛି ଦେଶରେ ପ୍ରତିବାଦ ପରେ ସରକାର ଭାଙ୍ଗିଛି, ତ ଆଉ କିଛି ଦେଶରେ ଗଢ଼ାହେଇଛି ନୂଆ ସରକାର । ସରକାର ଭାଙ୍ଗିଛି, ସରକାର ଗଢ଼ାହେଇଛି । ତେଣୁ ଆଜି ଆସନ୍ତୁ ଜାଣିବା ୨୦୨୫ରେ କେଉଁ କେଉଁ ଦେଶରେ ନିର୍ବାଚନ ହୋଇଥିଲା, ଆଉ ଏଥିରେ କେଉଁ କେଉଁ ନେତା ବାଜି ମାରିଥିଲେ ।

FLASHBACK 2025 - ELECTION

FLASHBACK 2025 - ELECTION Photograph: (KANAK NEWS)

କନକ ବ୍ୟୁରୋ: ୨୦୨୫ ଶେଷ ହେବାକୁ ଯାଉଛି । ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷକୁ ସ୍ୱାଗତ କରିବେ ଲୋକ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ କିନ୍ତୁ ୨୦୨୫ ସାକ୍ଷୀ ରହିଛି ଅନେକ ରାଜନୈତିକ ଘଟଣାବଳୀର । ଚଳିତ ବର୍ଷ କିଛି ଦେଶରେ ପ୍ରତିବାଦ ପରେ ସରକାର ଭାଙ୍ଗିଛି, ତ ଆଉ କିଛି ଦେଶରେ ଗଢ଼ାହେଇଛି ନୂଆ ସରକାର । ସରକାର ଭାଙ୍ଗିଛି, ସରକାର ଗଢ଼ାହେଇଛି । ତେଣୁ ଆଜି ଆସନ୍ତୁ ଜାଣିବା ୨୦୨୫ରେ କେଉଁ କେଉଁ ଦେଶରେ ନିର୍ବାଚନ ହୋଇଥିଲା, ଆଉ ଏଥିରେ କେଉଁ କେଉଁ ନେତା ବାଜି ମାରିଥିଲେ ।

ତାଞ୍ଜାନିଆରେ ଅକ୍ଟୋବର ୨୦ ତାରିଖ ୨୦୨୫ରେ ସାଧାରଣ ନିର୍ବାଚନ ହୋଇଥିଲା, ଯାହା ପରେ ସାମିଆ ସୁଲୁହୁ ହାସନ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ହେଲେ ତାଞ୍ଜାନିଆ ନିର୍ବାଚନ ପରେ ପରେ କିନ୍ତୁ ସେଠାରୁ ହିଂସାର ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ପ୍ରାୟ ୭୦୦ ଲୋକଙ୍କ ଜୀବନ ଯାଇଥିଲା । ଆଉ ଏହି ସମୟରେ ନେପାଳରେ ମଧ୍ୟ ଲୋକମାନେ ସରକାର ବିରୁଦ୍ଧରେ ପ୍ରତିବାଦ କଲେ, ଆଉ ଶେଷରେ ନେପାଳର ସରକାରଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କଲେ।

ସେହିପରି କାମେରୁନରେ ଅକ୍ଟୋବର ୧୨ ତାରିଖ ୨୦୨୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବର୍ତ୍ତମାନର ରାଷ୍ଟ୍ରପତି ପାଉଲ୍ ବିୟା କ୍ଷମତାକୁ ପୁଣି ଫେରିଥିଲେ। ସେହିପରି ଏପ୍ରିଲ ୨୮ ତାରିଖ ୨୦୨୫ରେ କାନାଡାରେ ସଂଘୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।  ଏଥିରେ ମାର୍କ କାର୍ନିଙ୍କ ଲିବରାଲ୍ ପାର୍ଟି ନିର୍ବାଚନରେ ବିଜୟୀ ହୋଇଥିଲା। ମାର୍କ କାର୍ନି ପୁନଃ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ତେବେ ଜାଣିରଖିବା ଉଚିତ ଯେ, ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରଠାରୁ ସେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

ଆହୁରି ପଢ଼ନ୍ତୁ : ଧଉଳି ଗଣଦୁଷ୍କର୍ମ ଲଜ୍ଜା : ପୁରୁଷ ବନ୍ଧୁ ମୁହଁରେ ଲୋମଟାଙ୍କୁରା କାହାଣୀ

ଜର୍ମାନୀରେ ଫେବୃଆରୀ ୨୩ ତାରିଖ ୨୦୨୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫ୍ରେଡ୍ରିକ୍ ମର୍ଜଙ୍କ ଦଳ, ଖ୍ରୀଷ୍ଟିଆନ୍ ଡେମୋକ୍ରାଟିକ୍ ୟୁନିଅନ୍ (CDU) ଏହି ନିର୍ବାଚନରେ ବିଜୟୀ ହୋଇଥିଲା । ୨୦.୮ ପ୍ରତିଶତ ଭୋଟ ପାଇଥିଲା ଏହି ଦଳ । ସେହିପରି ଜାନୁଆରି ୨୬, ୨୦୨୫ରେ ବେଲାରୁଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଏଥିରେ ଆଲେକଜାଣ୍ଡର ଲୁକାସେଙ୍କୋ ବିଜୟୀ ହୋଇଥିଲେ। ଲୁକାସେଙ୍କୋ ଲଗାତାର ସପ୍ତମ ଥର ପାଇଁ ନିର୍ବାଚନ ଜିତିଥିଲେ ।

ଫିଲିପାଇନ୍ସରେ ଚଳିତ ବର୍ଷ ମେ ୧୨ରେ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନ ରାଷ୍ଟ୍ରପତି କାର୍ଯ୍ୟକାଳର ମଧ୍ୟଭାଗରେ ଅନୁଷ୍ଠିତ ହୁଏ, ତେଣୁ ଏହାକୁ ଫିଲିପାଇନ୍ସ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟ କୁହାଯାଏ। ତଥାପି, ଫିଲିପାଇନ୍ସ ସାଧାରଣ ନିର୍ବାଚନ ୨୦୨୮ରେ ଅନୁଷ୍ଠିତ ହେବ। ପ୍ରତି ଛଅ ବର୍ଷରେ ଥରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ। ଏହାସହିତ ଆର୍ଜେଣ୍ଟିନାର ସାଧାରଣ ନିର୍ବାଚନ ଅକ୍ଟୋବର ୨୦୨୭ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତଥାପି ଏହି ବର୍ଷର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମେଲେଇଙ୍କ ଦଳ, ଲା ଲିବର୍ଟାଡ୍ ଆଭାଞ୍ଜା (LLA) ଏକ ବଡ଼ ବିଜୟ ହାସଲ କରିଥିଲା ।

ଆହୁରି ପଢ଼ନ୍ତୁ : ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଉଛନ୍ତି କି ? ଏଥର ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ବଡ଼ କାର୍ଯ୍ୟାନୁଷ୍ଠାନ

ଚଳିତ ବର୍ଷ ଜୁଲାଇରେ ଜାପାନର ନିମ୍ନ ସଦନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶାସକ ଦଳ LDP ହାରିଯାଇଥିଲା। ଏହି ପରାଜୟର ଦାୟିତ୍ୱ ନେଇ ଶିଗେରୁ ଇଶିବା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ, LDPର ସାନାଏ ତାକାଇଚି ବହୁମତ ସାବ୍ୟସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ନେପାଳରେ, ଜେନ୍ ଜିଙ୍କ ପ୍ରଦର୍ଶନ ପରେ କେ.ପି. ଓଲିଙ୍କ ସରକାର ଭାଙ୍ଗିଯାଇଥିଲା। ଯାହାପରେ ସୁଶୀଳା କାର୍କିଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଢ଼ାଯାଇଥିଲା । ଆସନ୍ତାବର୍ଷ ମାର୍ଚ୍ଚରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପଟେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ୨୦୨୪ରେ ହେଇଥିଲା । ହେଲେ ତଥାପି ଚଳିତ ବର୍ଷ ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe