ରାତି ସାରା ପାଟ୍ରୋଲିଂ କରୁଥିଲେ ପୁଲିସ୍, ଥାନାରେ ପହଞ୍ଚିବା ଆଗରୁ…

Advertisment

ଲୋକଙ୍କ ସୁରକ୍ଷା ପାଇଁ ରାତି ସାରା ପାଟ୍ରୋଲିଂ କରୁଥିଲେ ପୁଲିସ୍ । ଥାନାରେ ପହଁଚିବା ଆଗରୁ ବାଟରେ ଛକିଥିଲା ଯମ । ଝାରସୁଗୁଡା ୪୯ନମ୍ବର ଜାତୀୟ ରାଜପଥରେ ଧକ୍କା ଦେଲା ଟ୍ରେଲର । ଚାଲିଗଲା ୫ପୁଲିସ କର୍ମଚାରୀଙ୍କ ଜୀବନ । କାନ୍ଦବୋବାଳିରେ ଫାଟୁଛି ପୂରା ଅଂଚଳ । ଦିଆଗଲା ଗାର୍ଡ ଅଫ୍ ଅନର । 

ଲୋକଙ୍କ ସୁରକ୍ଷା ପାଇଁ ରାତି ସାରା ପାଟ୍ରୋଲିଂ କରୁଥିଲେ ପୁଲିସ୍ । ଥାନାରେ ପହଁଚିବା ଆଗରୁ ବାଟରେ ଛକିଥିଲା ଯମ । ଝାରସୁଗୁଡା ୪୯ନମ୍ବର ଜାତୀୟ ରାଜପଥରେ ଧକ୍କା ଦେଲା ଟ୍ରେଲର । ଚାଲିଗଲା ୫ପୁଲିସ କର୍ମଚାରୀଙ୍କ ଜୀବନ । କାନ୍ଦବୋବାଳିରେ ଫାଟୁଛି ପୂରା ଅଂଚଳ । ଦିଆଗଲା ଗାର୍ଡ ଅଫ୍ ଅନର । 

Jharsuguda Accident

କନକ ବ୍ୟୁରୋ: ରାତି ଉଜାଗର ରହି ଲୋକଙ୍କୁ ସୁରକ୍ଷା ଦେଉଥିଲେ । ସହର ଓ ଉପକଣ୍ଠରେ ରାତି ତମାମ ପେଟ୍ରୋଲିଂ କରୁଥିଲେ । କିନ୍ତୁ କିଏ ଜାଣିଥିଲା ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏମିତି ଦୁଘର୍ଟଣା ଘଟିବ । ଗୋଟିଏ ଥାନାର ୫ଜଣ ପୁଲିସଙ୍କ ଜୀବନ ଚାଲିଯିବ । ସେମିତି ଏକ ଛାତିଥରା ଦୁର୍ଘଟଣା ଘଟିଛି ଝାରସୁଗୁଡାରେ । ସବୁଦିନ ପାଇଁ ନୀରବି ଯାଇଛନ୍ତି ୫ ପୁଲିସ । 

ଭୟଙ୍କର ଦୁର୍ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୂରା ଅଞ୍ଚଳ ।  କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଅଞ୍ଚଳ । ସହକର୍ମୀଙ୍କଠାରୁ ଆରମ୍ଭ କରି ପରିବାର ସାଙ୍ଗ ସାଥୀ, ସମ୍ପର୍କୀୟ କେହି ବିଶ୍ବାସ କରିପାରୁନାହାନ୍ତି, ଧଳା ଚାଦର ତଳେ ସବୁଦିନ ପାଇଁ ଶୋଇଯାଇଥିବା ପୁଲିସ ପୁଅ ଆଉ ଉଠିବନି । ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି କର୍ତ୍ତବ୍ୟରତ ୫ ପୁଲିସ କର୍ମଚାରୀଙ୍କ ଜୀବନ । ଶବ ବ୍ୟବଛେଦ ପରେ ୫ଜଣଙ୍କୁ ଶେଷ ସମ୍ମାନ ଜଣାଇ ବିଭାଗ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ ଅନର ।

ଏହା ବି ପଢ଼ନ୍ତୁ: ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ ହେଲା ରାଜକନିକା ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ, ଅଭିଭାବକଙ୍କ ବିକ୍ଷୋଭ


 
ପାଟ୍ରୋଲିଂ ସାରି ଭ୍ୟାନରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଥାନାକୁ ଫେରୁଥିଲେ ୮ଜଣ ପୁଲିସ୍ କର୍ମଚାରୀ। ଥାନାଠାରୁ ଶହେ ମିଟର ପୂର୍ବରୁ କଣ୍ଟାପାଲି କଲେଜ ପାଖରେ ହୋଇଥିଲା ମର୍ମନ୍ତୁଦ ଦୁର୍ଘଟଣା। ସାମନା ପଟ୍ଟୁ ଆସୁଥିବା ଏକ ୧୮ ଚକିଆ ଟ୍ରଲର ପୁଲିସ ଗାଡିକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଭାଂଗି ରୁଜି ଚୁରମାର ହୋଇଯାଇଥିଲା ପୁଲିସ୍ ଭ୍ୟାନ୍। ଉଦ୍ଧାରବେଳକୁ ଗାଡିରେ ଆଖି ବୁଜିଥିଲେ ୫ଜଣ । ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । 
 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe