କନକ ବ୍ୟୁରୋ: ରାଜକନିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା ସାରାରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରେଡଫ୍ଲାଗ ଶ୍ରେଣୀଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । କେନ୍ଦ୍ରାପଡା ପୁଲିସ୍ ୫ ଅଭିଯୁକ୍ତଙ୍କୁ ଗିରଫ କରି ତନାଘନା ଜାରି ରଖିଛି । କିନ୍ତୁ ଅନ୍ୟ ଅବିଭାବକମାନେ ଶିକ୍ଷକଙ୍କୁ ନିର୍ଦ୍ଦୋଷ କହିବା ସହ ଆଣିଛନ୍ତି ଭିନ୍ନ ଅଭିଯୋଗ ।
ସ୍କୁଲ ଭିତରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ଅତି ଗୁରୁତର ସହ ନେଇଛି ପୁଲିସ୍ । ଇଣ୍ଡିପେଣ୍ଡେଣ୍ଟ ମାମଲା ହିସାବରେ ନେଇ ରେଡଫ୍ଲାଗ୍ ଶ୍ରେଣୀଭୁକ୍ତ କରିଛି କ୍ରାଇମବ୍ରାଞ୍ଚର CAW । SOP ଅନୁସାରେ ନାବାଳିକାଙ୍କ ବୟାନ ରେକର୍ଡ ସହିତ ଅଡିଓ ଭିଡିଓ ବି ରେକର୍ଡ କରିବ CAW I ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ, ସାଇଣ୍ଟିଫିକ୍ ଇନ୍ଭେଷ୍ଟିଗେସନ୍ ସହ ସରଜମିନ ତଦନ୍ତ ହେବ I ଘଟଣାର କ୍ଲୋଜ ମନିଟର କରାଯିବ I ଅତି ସମ୍ବେଦନଶିଳ ଘଟଣା ହୋଇଥିବାରୁ କ୍ୱାଲିଟି ଅଫ୍ ଏଭିଡେନ୍ସ ଏବଂ ଆବଶ୍ୟକସ୍ଥଳେ DNA ଟେଷ୍ଟ କରିବ ସ୍ୱତନ୍ତ୍ର ଟିମ I
ଏହା ବି ପଢ଼ନ୍ତୁ: IRSଙ୍କ ଲାପ୍ଟପ୍ରେ ମହିଳାଙ୍କ ଅଶ୍ଳୀଳ ଭିଡିଓ, ବ୍ଲାକ୍ମେଲ୍ କରି କ୍ୱାର୍ଟର୍ସରେ ଦୁଷ୍କର୍ମ କଲେ ବାବୁ !
ପ୍ରାଥମିକ ତଦନ୍ତ ପରେ ରାଜକନିକା ପୁଲିସ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି । ଅଭିଯୁକ୍ତ ଥିବା ୩ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଜଣେ ପିଅନଙ୍କୁ ପଚରାଉଚୁର ପରେ କରାଯାଇଛି କୋର୍ଟ ଫରୱାର୍ଡ । ସାଇଣ୍ଟିଫିକ୍ ଟିମ୍ ସ୍କୁଲରେ ଯାଞ୍ଚ କରିଛନ୍ତି । ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି କହିଛି ପୁଲିସ୍ । ହେଲେ, ମୁହଁ ଖୋଲି ନାହାନ୍ତି ଅଭିଯୁକ୍ତ ।
ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଅନ୍ୟ ଅବିଭାବକମାନେ ଭିନ୍ନ ଅଭିଯୋଗ ଆଣିଛନ୍ତି । ସକାଳୁ ସକାଳୁ ଥାନାରେ ପହଁଚି ଶିକ୍ଷକଙ୍କୁ ନିର୍ଦ୍ଦୋଷ କହିବା ସହ ସେମାନଙ୍କୁ ଛାଡିବାକୁ ଦାବି କରିଥିଲେ । ଅଭିଯୋଗ ପଛରେ ଷଡଯନ୍ତ୍ର ଅଛି ବୋଲି କହିଛନ୍ତି ।
ରାଜକନିକାର ଏକ ଘରୋଇ ସ୍କୁଲର ୩ଜଣ ଶିକ୍ଷକ ଓ ଜଣେ ପିଅନ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ, ସ୍କୁଲ ଭିତରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ । ଅଭିଯୁକ୍ତମାନଙ୍କୁ ଜଣେ ଶିକ୍ଷୟିତ୍ରୀ ସହଯୋଗ କରୁଥିବା ନେଇ ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପରେ ପକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/22/rajakanika-2026-02-22-20-43-31.jpg)