କନକ ବ୍ୟୁରୋ : ୧ କୋଟି ଟଙ୍କାରୁ ଅଧିକ ସାଇବର୍ ଠକେଇ ଅଭିଯୋଗରେ ୫ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ୍ ଥାନା ପୁଲିସ୍ । ଝାଡ଼ଖଣ୍ଡର ନାରାୟଣପୁର ଓ ଜମତାରା ଲିଙ୍କ ଥିବା ଏକ ଆନ୍ତଃରାଜ୍ୟ ସାଇବର୍ ଠକ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୨ଟି ବାଇକ୍, ୬ଟି ମୋବାଇଲ୍ ଫୋନ୍, ୩୮ଟି ଏଟିଏମ୍ କାର୍ଡ ଓ ୯୧ଟି ସିମ୍ କାର୍ଡ଼ ଜବତ ହୋଇଛି । ଏହି ଠକମାନେ ଲୋକଙ୍କଠାରୁ ସିମ୍ କାର୍ଡ ନେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏସବୁ ଝାଡ଼ଖଣ୍ଡରେ ବିକ୍ରି କରୁଥିଲେ ।
ଏହିସବୁ ଆକାଉଣ୍ଟ ଦ୍ଵାରା ୧କୋଟି ୧୪ ଲକ୍ଷ ୧୨ହଜାର ୬ଶହ ଟଙ୍କା ଠକେଇ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏହାର ଚେର ଆହୁରି କମିଥିବା ବେଳେ ଖାଲି କେନ୍ଦୁଝର ଜିଲ୍ଲାରେ ହଜାରେରୁ ଅଧିକ ନକଲି ଆକାଉଣ୍ଟ ଖୋଲି ୧୦୦ କୋଟିରୁ ଅଧିକ ଠକେଇ ହୋଇଥିବା ପୁଲିସ୍ ଅନୁମାନ କରୁଛି । ଗିରଫଙ୍କ ମଧ୍ୟରେ ୪ଜଣ ଝାଡ଼ଖଣ୍ଡର ଥିବା ବେଳେ, ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲାର ।
ଅଧିକ ପଢନ୍ତୁ : ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ ଫାସ , ନବରଙ୍ଗପୁର ଔଷଧ ଦୋକାନୀ ଗିରଫ ; ୧୪ ଲକ୍ଷରୁ ଅଧିକ ଟ୍ରମାଡୋଲ ଜବତ
ଏହି ଠକମାନେ ଏକ ଗ୍ୟାଙ୍ଗ ଗଠନ କରିଥିଲେ । ମୁଖ୍ୟତଃ ମହିଳା, ବେକାର ଯୁବକ, ଯୁବତୀ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଆକାଉଣ୍ଟ ପିଛା ୫ହଜାରରୁ ୧୦ହଜାର ଟଙ୍କା ହିସାବରେ ଝାଡ଼ଖଣ୍ଡ ଜମତାରାରେ ଥିବା ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ । ଏଭଳି ୫୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଠକମାନେ ୧କୋଟି ୧୪ଲକ୍ଷ ୧୨ହଜାର ୬ଶହ ଟଙ୍କା ଠକେଇ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/cyber-crime-2026-02-20-10-27-13.jpg)