ଶ୍ରୀକ୍ଷେତ୍ରରେ ଏଠିସେଠି ବିକ୍ରି ହେବନି ଆମିଷ ; ଥାଇଥାନ ହେବେ ମାଛ ଦୋକାନୀ

ଆଉ ଏଣିକି ପୁରୀରେ ଏଠି ସେଠି ବସି ମାଛ ବିକିବେନି ବ୍ୟବସାୟୀ । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ ରେ ଥଇଥାନ ହେବେ ୨୫୦ ବେପାରୀ ।

Puri

Puri Photograph: (kanak news)

କନକ ବ୍ୟୁରୋ:  ଶ୍ରୀକ୍ଷେତ୍ରରେ ଆଉ ଏଠି ସେଠି ବିକ୍ରି ହେବନି ଆମିଷ । ଗୋଟିଏ ବିଲ୍ଫିଂ ରେ ଥଇଥାନ ହେବେ ମାଛ ବେପାରୀ । ପ୍ରାଥମିକ ପର୍ଯ୍ୟାୟରେ ୨୫୦ ବୁଲା ବେପାରୀ ହେବେ ଥଇଥାନ । ୨୦୧୯ରୁ କାମ ଆରମ୍ଭ ହୋଇ ସରୁନଥିଲା କାର୍ଯ୍ୟ । ମାଛ ବ୍ୟବସାୟୀଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କ ବଡ ଭେଟି । ଶ୍ରୀକ୍ଷେତ୍ରରେ ୬ବର୍ଷ ପରେ ତାଳ ବଣିଆରେ ବହୁ ପ୍ରତିକ୍ଷୀତ ସ୍ଵଚ୍ଛ ମାଛ ବଜାର କାର୍ଯ୍ୟ ଶେଷ ହୋଇଛି । ଆଉ ଏଣିକି ଏଠି ସେଠି ବସି ମାଛ ବିକିବେନି ବ୍ୟବସାୟୀ । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ ରେ ଥଇଥାନ ହେବେ ୨୫୦ ବେପାରୀ । ୨୦୧୯ ରେ ମାର୍କେଟର ରୂପରେଖ ହୋଇ ୬ କୋଟିର ବ୍ୟୟବରାଦ ବି ହୋଇଥିଲା । ୨୦୨୧ ଜୁନ ସୁଦ୍ଧା ମାଛ ଦୋକାନୀଙ୍କୁ ଥଇଥାନ ଲକ୍ଷ ନେଇ ଆରମ୍ଭ ଏହି ପ୍ରକଳ୍ପ କିନ୍ତୁ ଉଧେଇ ପାରି ନଥିଲା । ଏବେ ଏହି କାମ ତ୍ୱରାନ୍ୱିତ ହେବା ସହ ଶେଷ ହୋଇଥିବାରୁ ସ୍ବାଗତ କରିଛନ୍ତି ମାଛ ବ୍ୟବସାୟୀ । 

ଏହାଦ୍ବାରା ବ୍ୟବସ୍ଥିତ ହେବ ଆମିଷ ବିକ୍ରି । ଏଠି ସେଠି ଆଉ ଆମିଷର ଦୁର୍ଗନ୍ଧରେ ନାକ ଟେକିବେନି ପର୍ଯ୍ୟଟକ । ସେପଟେ ଖୁବ୍ ଶୀଘ୍ର ଏକ ମ୍ୟାନେଜମେଣ୍ଟ କମିଟି ଗଠନ ହେବ । ୨୦୧୯ ସର୍ଭେ ଓ ଏବେ ନୂଆ ସର୍ଭେ ଆଧାରରେ ଚୟନ ହେବେ ବ୍ୟବସାୟୀ । ଉପ-ଜିଲ୍ଲାପାଳ କମିଟିର ଚେୟାରମ୍ୟାନ ରହିଛନ୍ତି । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରି ଆହୁରି ଅଧିକ ମତ୍ସ୍ୟଜୀବୀଙ୍କୁ ଯୋଡ଼ିବାକୁ ଲକ୍ଷ ରଖାଯାଇଛି ।

ଅଧିକ ପଢ଼ନ୍ତୁ--ରୋଗୀଙ୍କ ଜୀବନ ସହ ଖେଳ! ଅସୁରକ୍ଷିତ ବିଲ୍‌ଡିଂରେ ଚାଲିଛି ରୋଗୀସେବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe