କନକ ବ୍ୟୁରୋ: ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ । ଏହି ଘଟଣାରେ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍ କରାଯାଇଛି । ଏହି ରିପୋର୍ଟରେ ୭ ଜଣ ପୁଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରାଯାଇଥିବା ଉଲ୍ଲେଖ କରାଯାଇଛି । କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ, ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇ ଦେଇଛନ୍ତି ।
ଆହୁରି ପଢ଼ନ୍ତୁ : ଅଭିନେତା ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ସେଦିନ କଣ ହେଇଥିଲା?
ପୁରୀ ଶରଧାବାଲିରେ ଭୋର ସମୟରେ ସେଦିନ ପ୍ରବଳ ଭିଡ଼ କାରଣରୁ ଦଳାଚକଟା ହେଇଥିଲା। ଏହି ଅଘଟଣରେ ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଆଖି ବୁଜିଥିଲେ । ତେବେ ଯେତେବେଳେ ରଥଯାତ୍ରାରେ ଏଭଳି ଘଟଣା ଘଟିଥିଲା, ସେତେବେଳେ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଲା, କାହିଁକି ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେଲା, ସେନେଇ ଆରମ୍ଭ ହେଇଥିଲା ଛାନଭିନ୍ । ଆଉ ଏବେ ଦୀର୍ଘ ଦିନ ପରେ ଏ ସଂକ୍ରାନ୍ତରେ ଆସିଛି ରିପୋର୍ଟ । ଏହି ଘଟଣାରେ ପୁଲିସକୁ ଦାୟୀ କରି ୭ ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/08/puri-stampede-2025-11-08-14-31-35.jpg)