କନକ ବ୍ୟୁରୋ : ୩ ମାସର ପ୍ରତିଶ୍ରୁତି ଦେଇ ୩ ବର୍ଷ ହେଲା ଠକି ଦେଲା ଏନଏସି । ମାଛ ବଜାରକୁ ମାର୍କେଟ କମ୍ପ୍ଲେକ୍ସ କରିଦେଲା କିନ୍ତୁ ହସ୍ତାନ୍ତର କରୁନି । ରାସ୍ତାକଡ଼ ଓ ଅଳିଆ ଆବର୍ଜନାରେ ମାଛ ବିକୁଛନ୍ତି ବ୍ୟବସାୟୀ । ସେପଟେ ୧କୋଟି ୪୦ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ବନ୍ଦ ହୋଇ ପଡ଼ିରହିଛି ।
ଗଞ୍ଜାମ ଜିଲ୍ଲା ରମ୍ଭା ଏନ୍ଏସି ବଜାର ନିକଟରେ ମତ୍ସ୍ୟଜୀବୀଙ୍କୁ ଏକ ଜାଗା ଦେଇଥିଲେ ତତ୍କାଳୀନ ଖଲ୍ଲିକୋଟ ରାଜା । ସେବେଠୁ ଏହି ଠାରେ ମାଛ ବିକ୍ରି କରି ଆସୁଥିଲେ ବ୍ୟବସାୟୀ । ୪ ବର୍ଷ ତଳେ ଏହି ମାଛ ମାର୍କେଟର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀଙ୍କୁ ଉଚ୍ଛେଦ କରି ପରିତ୍ୟକ୍ତ ଜାଗାରେ ଅସ୍ଥାୟୀ ମାଛ ବଜାର କରି ସ୍ଥାନାନ୍ତର କରାଗଲା । ଏଥିପାଇଁ ମତ୍ସ୍ୟଜୀବୀଙ୍କ ଠାରୁ ଅଗ୍ରୀମ ୨୦ ହଜାର ଟଙ୍କା ଓ ୧ ମାସର ଭଡ଼ା ଟଙ୍କା ନେଲା ଏନ୍ଏସି ! ୩ ମାସ ଭିତରେ ପକ୍କା ଘର ନିର୍ମାଣ କରି ହସ୍ତାନ୍ତର କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ବି ରାସ୍ତା କଡ଼ ଓ ଅଳିଆ ଆବର୍ଜନା ଜାଗାରେ ମାଛ ବିକୁଛନ୍ତି ବ୍ୟବସାୟୀ । ଫଳରେ ବ୍ୟବସାୟ ଭଲ ହେଉନଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ ।
ଅଧିକ ପଢ଼ନ୍ତୁ : ବଦଳିବ ଭୁବନେଶ୍ବର ୪ ନମ୍ବର ମାର୍କେଟ୍ର ରୂପରେଖ
୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାଛ ବଜାରକୁ ମାର୍କେଟ୍ କମ୍ପ୍ଲେକ୍ସର ରୂପ ଦେଇଛି ଏନ୍ଏସି । ନିର୍ମାଣ ପରଠୁ ଏହା ବନ୍ଦ ପଡ଼ିଛି । ନା ମତ୍ସ୍ୟଜୀବୀଙ୍କୁ ଘର ହସ୍ତାନ୍ତର କରାଯାଉଛି ନା ଅଗ୍ରୀମ ଟଙ୍କା ମିଳୁଛି । ଅନ୍ୟପଟେ ଏନ୍ଏସି ନିର୍ବାହୀ ଅଧିକାରୀ କହିଛନ୍ତି, ଟେଣ୍ଡର ଡିସପ୍ୟୁଟ୍ ହେବାରୁ ମାର୍କେଟ୍ କମ୍ପ୍ଲେକ୍ସ ବନ୍ଦ କରିଛୁ । ମାଛ ବ୍ୟବସାୟୀଙ୍କୁ ଏଠାରେ ନୁହେଁ, ଅନ୍ୟତ୍ର ଥଇଥାନ କରାଯିବ ।
ଅନ୍ୟପଟେ ଆମକୁ ଜାଗା ନଦେଲେ ଆଉ କାହାକୁ ମାର୍କେଟ କମ୍ପ୍ଲେକ୍ସ ଛାଡ଼ିବୁନି ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/fish-market-complex-2025-12-29-18-39-31.jpg)