ଭୁବନେଶ୍ୱର ଏମ୍ସରେ ପ୍ରଥମଥର ସଫଳ ହେଲା ଯକୃତ ପ୍ରତ୍ୟାରୋପଣ, ବଡ଼ଭାଇର ଜୀବନ ବଞ୍ଚାଇଲେ ୩୭ ବର୍ଷିୟ ସାନ ଭାଇ

Advertisment

ପିପିଲିର ୩୭ ବର୍ଷୀୟ ଜଣେ ବ୍ୟକ୍ତି ଦୀର୍ଘଦିନରୁ ଯକୃତ ରୋଗରେ ପୀଡ଼ିତ ଥିଲେ । ଯକୃତ ପ୍ରତ୍ୟାରୋପଣ ପାଇଁ ୮୦ ଲକ୍ଷ ଖର୍ଚ୍ଚ ହୋଇପାରେ ବୋଲି ଘରୋଇ ଡାକ୍ତରଖାନାରେ କହିଥିଲେ ଡାକ୍ତର । ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା। ଆଉ କିଏ ଦେବ ଲିଭର, ଚିନ୍ତାରେ ଭାଙ୍ଗି ପଡିଥିଲେ ରୋଗୀଙ୍କ ବାପା ।

ପିପିଲିର ୩୭ ବର୍ଷୀୟ ଜଣେ ବ୍ୟକ୍ତି ଦୀର୍ଘଦିନରୁ ଯକୃତ ରୋଗରେ ପୀଡ଼ିତ ଥିଲେ । ଯକୃତ ପ୍ରତ୍ୟାରୋପଣ ପାଇଁ ୮୦ ଲକ୍ଷ ଖର୍ଚ୍ଚ ହୋଇପାରେ ବୋଲି ଘରୋଇ ଡାକ୍ତରଖାନାରେ କହିଥିଲେ ଡାକ୍ତର । ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା। ଆଉ କିଏ ଦେବ ଲିଭର, ଚିନ୍ତାରେ ଭାଙ୍ଗି ପଡିଥିଲେ ରୋଗୀଙ୍କ ବାପା ।

AIIMS

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ପ୍ରଥମଥର ପାଇଁ ସଫଳ ଭାବେ ଯକୃତ ପ୍ରତ୍ୟାରୋପଣ କରାଯାଇଛି, ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ମାଇଲଷ୍ଟୋନ। ପିପିଲିର ୩୭ ବର୍ଷୀୟ ଜଣେ ବ୍ୟକ୍ତି ଦୀର୍ଘ ଦିନରୁ ଯକୃତ ରୋଗରେ ପୀଡ଼ିତ ଥିବାବେଳେ ସାନ ଭାଇ ନିଜ ଯକୃତର ଏକ ଅଂଶ ଦାନ କରିଛନ୍ତି ବଡ ଭାଇକୁ। ଏବେ ଉଭୟ ସୁସ୍ଥ। 

ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ସାନ ଭାଇ ଲକ୍ଷ୍ମଣଙ୍କ କର୍ତ୍ତବ୍ୟ କଥା ଅଳ୍ପ ବହୁତ ସଭିଏଁ ଜାଣିଛନ୍ତି। ବଡ଼ ଭାଇ ପ୍ରତି ସାନ ଭାଇର ତ୍ୟାଗ କେବଳ ତ୍ରେତୟା ଯୁଗରେ ଘଟିଥିଲା ତାହା ନୁହେଁ, କଳି ଯୁଗରେ ବି ବଡ଼ ଭାଇର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ସାନ ଭାଇ । ପିପିଲିର ୩୭ ବର୍ଷୀୟ ଜଣେ ବ୍ୟକ୍ତି ଦୀର୍ଘଦିନରୁ ଯକୃତ ରୋଗରେ ପୀଡ଼ିତ ଥିଲେ । ଯକୃତ ପ୍ରତ୍ୟାରୋପଣ ପାଇଁ ୮୦ ଲକ୍ଷ ଖର୍ଚ୍ଚ ହୋଇପାରେ ବୋଲି ଘରୋଇ ଡାକ୍ତରଖାନାରେ କହିଥିଲେ ଡାକ୍ତର । ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା। ଆଉ କିଏ ଦେବ ଲିଭର, ଚିନ୍ତାରେ ଭାଙ୍ଗି ପଡିଥିଲେ ରୋଗୀଙ୍କ ବାପା । ଶେଷରେ ଭୁବନେଶ୍ୱର ଏମ୍ସ ପହଞ୍ଚିଲେ। ଡାକ୍ତରୀ ଦଳ ଯକୃତ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଲେ । ଆଉ ସାନ ଭାଇ ସ୍ୱଇଚ୍ଛାରେ ଯକୃତର କିଛି ଅଂଶ ଦେବାକୁ କହିଲେ। ବାସ ଏହାପରେ ଆରମ୍ଭ ହେଲା ଅସ୍ତ୍ରୋପଚାର। 

ଅଧିକ ପଢ଼ନ୍ତୁ : ଏମ୍‌ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା

 ଭୋର ୫ଟାରୁ ଆରମ୍ଭ ହେଲା ଅସ୍ତ୍ରୋପଚାର ପ୍ରକ୍ରିୟା। ଅପରେସନ୍ ସରିବାକୁ ପ୍ରାୟ ୧୪ ଘଣ୍ଟା ସମୟ ଲାଗିଥିଲା। ଏଥିରେ ୫୦ରୁ ଅଧିକ ଡାକ୍ତର, ନର୍ସ ଓ ପାରାମେଡିକାଲ୍ କର୍ମଚାରୀ ସାମିଲ ଥିଲେ। ଗାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲେ ଡା. ବ୍ରହ୍ମଦତ୍ତ ପଟ୍ଟନାୟକ। ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲାରୀ ସାଇନ୍ସଗ୍ଦର ବିଶେଷଜ୍ଞ ଟିମ୍‌ ଏହି ଶଲ୍ୟ ଚିକିତ୍ସାକୁ ସହଯୋଗ କରିଥିଲେ। ଭୁବନେଶ୍ୱର ଏମ୍ସ ପାଇଁ ଏହା ପ୍ରଥମ ଅସ୍ତ୍ରୋପଚାର ହୋଇଥିବାରୁ ଏହା ବଡ଼ ଆହ୍ବାନ ଥିଲା ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି । 

ଅଧିକ ପଢ଼ନ୍ତୁ : ଦିଲ୍ଲୀ ଏମ୍ସରେ ଅତ୍ୟାଧୁନିକ ସର୍ଜିକାଲ୍ ରୋବଟ୍ ଲଞ୍ଚ,  ରୋବୋଟିକ୍ ସର୍ଜରୀର ତାଲିମ ନେବେ ଡାକ୍ତର ଏବଂ ଡାକ୍ତରୀ ଛାତ୍ର

 ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଏମ୍ସ ଭୁବନେଶ୍ୱରରେ ୨୦୨୩ରେ କାର୍ୟ୍ୟକ୍ରମ ପରିକଳ୍ପନା କରାଯାଇଥିଲା। ୨୦୨୫ ଫେବୃଆରୀ ୨୧ ଠାରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଓପିଡ଼ି  କାର୍ୟ୍ୟରତ ହୋଇଥିଲା। ନଭେମ୍ବର ୨୦୨୫ ଠାରୁ ୧୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଟ୍ରାନ୍ସପ୍ଲାଣ୍ଟ ଆଇସିୟୁ ମଧ୍ୟ ଚାଲୁଅଛି । ଏହି ସଫଳତା, ଓଡ଼ିଶା ସହ ପଡ଼ୋଶୀ ରାଜ୍ୟମାନଙ୍କ ପାଇଁ ମଧ୍ୟ ଲିଭର ଟ୍ରାନ୍ସପ୍ଲାଣ୍ଟ ସେବାକୁ ଆହୁରି ସୁଲଭ କରିବ। ଏହାଦ୍ୱାରା ରୋଗୀମାନଙ୍କୁ ଦିଲ୍ଲୀ କିମ୍ବା ଅନ୍ୟ ମହାନଗରକୁ ଯିବାର ଆବଶ୍ୟକତା ହ୍ରାସ ପାଇବ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe