ଭୁବନେଶ୍ବର: ଭୁବନେଶ୍ୱର ସରକାନ୍ତରାରେ ଗୁଳି ମାରି ହତ୍ୟା । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ତେବେ ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଥିବା ସୂଚନା ମିଳିଛି । ସୂଚନା ମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ , ସେହି ସମୟରେ ଗୁଳିମାଡ ହୋଇଛି । ଖାଲି ଏତିକି ନୁହେଁ ଏହି ଘଟଣାରେ ପୂର୍ବ ଶତ୍ରୁତା ରହିଥିବା ମଧ୍ୟ ଅନୁମାନ କରାଯାଉଛି ।
ସେପଟେ ରାଜଧାନୀରେ ବଢିଚାଲିଛି ଅପରାଧ । ଦିନ ଦିପ୍ରହରରେ କରାଯାଉଛି ହତ୍ୟା । ଆଉ ଅପରାଧ ଘଟାଇ ଖୁଲମଖୁଲା ବୁଲୁଛନ୍ତି ଅପରାଧି କିନ୍ତୁ ଟେର୍ ପାଉନି ପୁଲିସ୍ । ଏହି କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଥିଲା । ଗତ ୬ ତାରିଖ ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ । ଘର ପାଖରେ ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ଗଳି ଯାଇଥିଲା । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅପରାଧି । ଆଜି ଏହି ମାମଲାରେ ପୁଲିସ ପୁଣି ୨ କୁଖ୍ୟାତ ଅପରାଧୀଙ୍କୁ ଉଠାଇ ଆଣି ପଟାରଉଚାର ଜାରି ରଖିଛି ।