କନକ ବ୍ୟୁରୋ: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ ମୋଡ ଦେବ । ତେଣୁ ପ୍ରଥମ ପର୍ଯ୍ୟାୟ ଭୋଟରେ ଏନଡିଏ ଓ ମହାମେଣ୍ଟ ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।  
 
 ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ଟି ଆସନରେ ପଡ଼ିବ ଭୋଟ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧କୋଟି ୯୮ ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିରେ ରହିଛନ୍ତି ୧୨୨ ଜଣ ମହିଳା ପ୍ରାର୍ଥୀ । ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟ ମତଦାନର ବେଶ ଗୁରୁତ୍ୱ ରହିଛି । କାରଣ ଏହି ପର୍ଯ୍ୟାୟରେ ଯାହା ପଲା ଭାରି ରହିବ, ବିହାର ଜନାଦେଶ ତା ସପକ୍ଷରେ ଯିବ ବୋଲି ସମୀକ୍ଷକ କହୁଛନ୍ତି । ସମସ୍ତ ମତଦାନ କେନ୍ଦ୍ର ପ୍ରସ୍ତୁତ ରହିଥିବା ବେଳେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଭୋଟଦାନ ପ୍ରକ୍ରିୟାର ଲାଇଭ ୱେବକାଷ୍ଟିଂ ସହ ସିସିଟିଭି ସର୍ଭିଲାନ୍ସ ଜରିଆରେ ନଜର ରଖିବେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ।  ବିହାର ସୀମାନ୍ତ ସମସ୍ତ ରାସ୍ତାକୁ ସିଲ୍ କରାଯାଇ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । 

Advertisment

ବିହାର ମତଦାନର ଦିନକ ପୂର୍ବରୁ ପୁଣି ଭୋଟ୍ ଚୋରି ଅଭିଯୋଗ : ଏଥର ରାହୁଲଙ୍କ ନିଶାନାରେ ହରିୟାଣା ବିଧାନସଭା ନିର୍ବାଚନ

ଭୋଟ ଦେଉଛି ବିହାର 
- ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍‌ ୧୨୧ଟି ଆସନରେ ଭୋଟ୍‌ ଗ୍ରହଣ 
-୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩.୭୫ କୋଟି ଭୋଟର
- ବିହାରର ୧୪ ଜଣ ମନ୍ତ୍ରୀ ଓ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା 
- ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଭାଗ୍ୟ ପରୀକ୍ଷା 
- ବିଜୟ କୁମାର ଚୌଧୁରୀ, ମଙ୍ଗଳ ପାଣ୍ଡେ, ଜିବେଶ ମିଶ୍ରାଙ୍କ ସମେତ ୧୪ ମନ୍ତ୍ରୀଙ୍କ ଅଗ୍ନିପରୀକ୍ଷା   
- ଲାଇଭ ୱେବକାଷ୍ଟିଂ ଜରିଆରେ ମତଦାନ କେନ୍ଦ୍ର ଉପରେ ନଜର ରଖାଯିବ 
- ୪୫ ହଜାର ୪୩୧ ମତଦାନ କେନ୍ଦ୍ରରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ 
- ନେପାଳ ଓ ଅନ୍ୟ ରାଜ୍ୟ ସହ ବିହାର ସୀମାକୁ ସିଲ୍ କରାଯାଇଛି  
- ୧୫୦୦ରୁ ଅଧିକ କମ୍ପାନି ଫୋର୍ସ ଓ ୪.୫ ଲକ୍ଷ ସୁରକ୍ଷାକର୍ମୀ ମୁତୟନ 
- ମତଦାନ କେନ୍ଦ୍ରରେ ଆବଶ୍ୟକ ସଂସାଧନର ବ୍ୟବସ୍ଥା କରାଯାଇଛି 
- ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା
- ଭୋଟରଙ୍କ ସୁବିଧା ପାଇଁ ସମସ୍ତ ଜିଲ୍ଲାରେ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି 
- ପ୍ରତ୍ୟେକ ଜିଲ୍ଲା ଓ ଉପଖଣ୍ଡରେ କଣ୍ଟ୍ରୋଲ ରୁମ ଓ ହେଲପଲାଇନ ଖୋଲାଯାଇଛି 
- ମତଦାନ କେନ୍ଦ୍ରରେ ସୁରକ୍ଷାକର୍ମୀଙ୍କ ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ 
- ଯେକୌଣସି ଅଭିଯୋଗ କିମ୍ୱା ସମସ୍ୟା ଉପୁଜିଲେ ତ୍ୱରିତ୍ ସମାଧାନ କରାଯିବ 
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜେଡିୟୁ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ
- କାରଣ ଦଳ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ୫୭ଟି ଆସନରେ ନିର୍ବାଚନ ଲଢ଼ୁଛି
- ଏହି ୫୭ଟି ଆସନରୁ ୨୩ ଆସ‌ନରେ ଜେଡିୟୁ ୨୦୨୦ରେ ଜିତିଥିଲା