କନକ ବ୍ୟୁରୋ : ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର କାଶ୍ମୀର ଗେଟ୍ ଅଞ୍ଚଳରେ ଏକ କାର୍ ଉପରେ ଗୁଳିଚାଳନା ହୋଇଛି । କାର୍ ଭିତରେ ୫ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି । ପୁଲିସ ସୂଚନା ଅନୁଯାୟୀ, କାର୍ରେ ଥିବା ଜଣେ ବ୍ୟକ୍ତି ହେଉଛନ୍ତି ଆଇନଜୀବୀ ଦୀପକ ଖତ୍ରୀ । ସେ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବଷ୍ଣୋଇ ଲିଗାଲ୍ ଟିମ୍ର ଜଣେ ଆଇଜୀବୀ ବୋଲି କହିଛନ୍ତି । ପୁଲିସ କହିଛି, ଦୁଇ -ତିନି ଜଣ ଆକ୍ରମଣକାରୀ ଗୁଳି ଚଳାଇଥିଲେ ।
ସେମାନେ ପଳାଇ ଯାଇଛନ୍ତି । ଆହତ ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଅଛି । କାର୍ରେ ଥିବା ଜଣେ ଯାତ୍ରୀ କହିଛନ୍ତି, ସେମାନେ ରାତି ପ୍ରାୟ ୧୦ଟା ୧୫ ସମୟରେ ଏକ ମନ୍ଦିର ଛାଡ଼ିଥିଲେ । ସେତେବେଳେ କାର୍ ଉପରକୁ ତିନିଟି ଗୁଳିମାଡ଼ ହୋଇଥିଲା । କାର୍ର ପଛ ପଟ କାଚ ଭାଙ୍ଗିବା ପରେ ଆମେ ଜାଣିଲୁ ଯେ ଆମ ଉପରେ ଗୁଳିମାଡ଼ ହେଉଛି । ମୋର ଜଣେ ବନ୍ଧୁ ସନ୍ଦୀପଙ୍କ ପିଠିରେ ଗୁଳି ବାଜିଛି । ଆମେ ଶୀଘ୍ର ଗାଡ଼ି ଚଳାଇ ଚାଲିଯାଇଥିଲୁ । ପିସିଆର୍ ଠିକ୍ ସମୟରେ ପହଞ୍ଚି ଆମ ବନ୍ଧୁଙ୍କୁ ଡାକ୍ତରଖାନା ନେଇଥିଲା । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ପ୍ରତ୍ୟକ୍ଷଦର୍ଶୀ ଓ ପୀଡ଼ିତଙ୍କ ବୟାନ ନେଇଛି ପୁଲିସ ।
ଅଧିକ ପଢନ୍ତୁ : ଶେହବାଜଙ୍କୁ ଔକାତ ଦେଖାଇଲେ ଟ୍ରମ୍ପ୍ : କହିଲେ କାଶ୍ମୀର ତୁମ ବାପାର ନୁହେଁ
ଗ୍ୟାଙ୍ଗଷ୍ଟର ଲରେନ୍ସ ବଷ୍ଣୋଇ ଓକିଲଙ୍କୁ ଗୁଳିମାଡ଼
ଦିଲ୍ଲୀ କାଶ୍ମୀର ଗେଟ୍ ଅଞ୍ଚଳରେ କାର୍ ଉପରେ ଗୁଳିଚାଳନା
କାରରେ ୫ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆହତ
ପୁଲିସ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଚଳାଇଛି
ପ୍ରତ୍ୟକ୍ଷଦର୍ଶୀ ଓ ପୀଡ଼ିତଙ୍କ ବୟାନ ନେଇଛି ପୁଲିସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/delhi-2026-02-25-14-36-03.jpeg)