କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ସୀମାରେ ପୁଣି ଥରେ ଦେଖାଦେଇଛି ପାକିସ୍ତାନୀ ଡ୍ରୋନର କାରସାଦି । ଗତ ୫ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା ଯେଉଁଠାରେ ଭାରତ ଆକାଶରେ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜାମ୍ମୁର କାନାଚାକ ସେକ୍ଟରରେ ଏକ ଡ୍ରୋନ୍ ପ୍ରବେଶ କରିଥିବା ସୁରକ୍ଷା ବଳ ଚିହ୍ନଟ କରିଛନ୍ତି । ସତର୍କ ଥିବା ବିଏସଏଫ ଯବାନମାନେ ଡ୍ରୋନକୁ ଦେଖିବା ମାତ୍ରେ ସେ ଦିଗକୁ ଗୁଳି ଚାଳନା କରିଥିଲେ, ଯାହା ପରେ ଡ୍ରୋନଟି ପୁଣି ପାକିସ୍ତାନ ସୀମାକୁ ଫେରିଯାଇଛି ।
ସୀମାରୁ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ପଠାଇବା ପାଇଁ ଶତ୍ରୁ ପକ୍ଷ ଏହି ଡ୍ରୋନର ସହାୟତା ନେଉଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସମଗ୍ର ସୀମାବର୍ତ୍ତୀ ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି ଏବଂ ସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ସେନା ପକ୍ଷରୁ ସୀମାରେ ନିଘା ବଢ଼ାଇ ଦିଆଯାଇଛି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ।
ଅଧିକ ପଢ଼ନ୍ତୁ---ମରଣ ମୁହଁରୁ ସ୍ବଦେଶ ଫେରିଲେ ଭାରତୀୟ ; ବଖାଣିଲେ ଲୋମଟାଙ୍କୁରା କଥା
ପାକିସ୍ତାନ ଛାଡ଼ୁଛି ଡ୍ରୋନ୍ ,ସୀମାରେ ହାଇ-ଆଲର୍ଟ-
- ଜମ୍ମୁ-କାଶ୍ମୀର ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ୍ର ଅନୁପ୍ରବେଶ ଉଦ୍ୟମ
- ୫ ଦିନ ମଧ୍ୟରେ ୩ ଥର ସନ୍ଦିଗ୍ଧ ଡ୍ରୋନ୍ ଦେଖାଯିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
- କାନାଚାକ୍ ସେକ୍ଟରରେ ବିଳମ୍ବିତ ରାତିରେ ଡ୍ରୋନ୍କୁ ଠାବ କଲେ ଯବାନ
- ବିଏସ୍ଏଫ୍ ପକ୍ଷରୁ ପ୍ରବଳ ଗୁଳିମାଡ଼ ଯୋଗୁଁ ପଛକୁ ହଟିଲା ଶତ୍ରୁ ପକ୍ଷର ଡ୍ରୋନ୍
- ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ପାଇଁ ଡ୍ରୋନ୍ ବ୍ୟବହାର ହେଉଥିବା ଆଶଙ୍କା
- ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି
- କୌଣସି ବିପଦର ମୁକାବିଲା ପାଇଁ ବାୟୁସେନା ଓ ସ୍ଥଳସେନା ସଜାଗ
- ସନ୍ଦିଗ୍ଧ ଗତିବିଧି ଦେଖିଲେ ତୁରନ୍ତ ସ୍ଥାନୀୟ ପୁଲିସକୁ ଜଣାଇବାକୁ ପରାମର୍ଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/17/pak-drones-2026-01-17-14-05-04.jpg)