୧ ନମ୍ବର ମାର୍କେଟ୍‌...ସୁପରମାର୍ଟ...ତୋଷାଳୀ ଭବନ..ନିଆଁ କେମିତି ଲାଗୁଛି ?

Advertisment

ଜାନୁଆରି ୨୦ ତାରିଖ ରାତିରେ ରାଜଧାନୀ ଛାତି ଉପରେ ଭୟାବହ ଅଗ୍ନିକାଣ୍ଡ । ପାଉଁଶ ହୋଇଯାଇଥିଲା ଏକ ନମ୍ବର ମାର୍କେଟ୍‌ର ୫୦ ଦୋକାନ । କେହି କିଛି ବୁଝିବା ପୂର୍ବରୁ ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପିଥିଲା । ନିଆଁ ଆଁରେ ପାଉଁଶ ହୋଇଯାଇଥିଲା କୋଟି କୋଟି ଟଙ୍କାର ଜିନିଷ ।

ଜାନୁଆରି ୨୦ ତାରିଖ ରାତିରେ ରାଜଧାନୀ ଛାତି ଉପରେ ଭୟାବହ ଅଗ୍ନିକାଣ୍ଡ । ପାଉଁଶ ହୋଇଯାଇଥିଲା ଏକ ନମ୍ବର ମାର୍କେଟ୍‌ର ୫୦ ଦୋକାନ । କେହି କିଛି ବୁଝିବା ପୂର୍ବରୁ ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପିଥିଲା । ନିଆଁ ଆଁରେ ପାଉଁଶ ହୋଇଯାଇଥିଲା କୋଟି କୋଟି ଟଙ୍କାର ଜିନିଷ ।

Fire Scare

Fire Scare Photograph: (Kanak News)

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରକୁ ନିଆଁ ଭୟ । ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଏକାଧିକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯାହା ଅଗ୍ନିଶମ ବିଭାଗର ମୁଣ୍ଡ ବିନ୍ଧା କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି । କିଛି ଦିନ ତଳେ ସହରର ହୃଦୟସ୍ପନ୍ଦନ ୧ ନମ୍ବର ମାର୍କେଟରେ ନିଆଁ ଲାଗି ବ୍ୟବସାୟୀଙ୍କ ବେଉସା ବୁଡ଼ାଇଥିବା ବେଳେ ୨ ଦିନ ତଳେ ଲିଙ୍ଗିପୁରର ସୁପରମାର୍ଟର ନିଆଁ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ପାଖାପାଖି ୨୦ ଘଟଣାର କସରତ ପରେ ଆୟତ୍ତକୁ ଆସିଥିଲା ନିଆଁ । ଏହି ଘଟଣାର ଭୟାବହତା ମନରୁ ନ ଲିଭୁଣୁ ଆଜି ସରକାରୀ କାର୍ଯ୍ୟାଳୟ ତୋଷାଳୀ ଭବନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଥିବା ବେଳେ ସାରା ସହରରେ ଆତଙ୍କ ଖେଳିଯାଇଛି ।

ଜାନୁଆରି ୨୦ ତାରିଖ ରାତିରେ ରାଜଧାନୀ ଛାତି ଉପରେ ଭୟାବହ ଅଗ୍ନିକାଣ୍ଡ । ପାଉଁଶ ହୋଇଯାଇଥିଲା ଏକ ନମ୍ବର ମାର୍କେଟ୍‌ର ୫୦ ଦୋକାନ । କେହି କିଛି ବୁଝିବା ପୂର୍ବରୁ ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପିଥିଲା । ନିଆଁ ଆଁରେ ପାଉଁଶ ହୋଇଯାଇଥିଲା କୋଟି କୋଟି ଟଙ୍କାର ଜିନିଷ । ଫେବ୍ରୁଆରି ୨୩ରେ ଲିଙ୍ଗିପୁର ସୁପରମାର୍ଟରେ ଅଗ୍ନିକାଣ୍ଡ । ଦୀର୍ଘ ୨୨ ଘଣ୍ଟାର କସରତ ପରେ ଆୟତ୍ତକୁ ଆସିଥିଲା ନିଆଁ । ସର୍ଟସର୍କିଟରୁ ହୋଇଥିବା ଅଗ୍ନିକାଣ୍ଡରେ ମାର୍ଟର ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା । ଆଜି ସତ୍ୟନଗରରେ ଥିବା ‘ତୋଷାଳୀ ଭବନ’ରେ ନିଆଁ ଲାଗିଥିଲା । ବିଦ୍ୟୁତ୍‌ ସର୍ଟସର୍କିଟରୁ ଲୋକାୟୁକ୍ତ ଅଫିସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ପୋଡ଼ି ପାଉଁଶ ହୋଇଯାଇଛି ସମସ୍ତ କାଗଜ ପତ୍ର ।

ଅଧିକ ପଢ଼ନ୍ତୁ : ନାକେଦମ୍‌ କରୁଛି ସୁପରମାର୍ଟ ନିଆଁ; କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଜାନୁଆରି ୨୦ ତାରିଖ ରାତିରେ ରାଜଧାନୀ ଛାତି ଉପରେ ହୋଇଥିଲା ଭୟାବହ ଅଗ୍ନିକାଣ୍ଡ । କେହି କିଛି ବୁଝିବା ପୂର୍ବରୁ ପାଉଁଶ ହୋଇଯାଇଥିଲା ଏକ ନମ୍ବର ମାର୍କେଟ୍‌ର ୫୦ ଦୋକାନ । ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପୀ ବ୍ୟାପୀ ପାଖାପାଖି ମାର୍କେଟର ସବୁ ଦୋକାନକୁ ଜଳାଇଦେଇଥିଲା । ନିଆଁ ଆଁରେ ପାଉଁଶ ହୋଇଯାଇଥିଲା କୋଟି କୋଟି ଟଙ୍କାର ଜିନିଷ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ବି ନାକେଦମ୍‌ ହୋଇଥିଲେ । ଅଗ୍ନିକାଣ୍ଡ ପରେ ସ୍ଥିତି ଅନୁଧ୍ୟାନ କରିଥିଲେ ମେୟର ଓ କମିସନର ।

ସେହିପରି ଫେବ୍ରୁଆରି ୨୩ରେ ଲିଙ୍ଗିପୁର ସୁପରମାର୍ଟରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଦୀର୍ଘ ୨୨ ଘଣ୍ଟାର କସରତ ପରେ ଆୟତ୍ତକୁ ଆସିଥିଲା ନିଆଁ । ସର୍ଟସର୍କିଟରୁ ହୋଇଥିବା ଅଗ୍ନିକାଣ୍ଡରେ ମାର୍ଟର ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା । ଆଉ ଶେଷରେ ଆଜି ସତ୍ୟନଗରରେ ଥିବା ସରକାରୀ କାର୍ଯ୍ୟାଳୟ ‘ତୋଷାଳୀ ଭବନ’ରେ ନିଆଁ ଲାଗିଛି । ବିଦ୍ୟୁତ୍‌ ସର୍ଟସର୍କିଟରୁ ଲୋକାୟୁକ୍ତ ଅଫିସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି । ଏହି ନିଆଁ ଆଁରେ ପୋଡ଼ି ପାଉଁଶ ହୋଇଯାଇଛି ସମସ୍ତ କାଗଜ ପତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe