କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଯେଉଁ ମାଟିରେ ଝାଳ ନିଗାଡ଼ି ଜୀବିକା ଅର୍ଜନ କରୁଥିଲେ ଚାଷୀ, ସେଇ ମାଟିରେ ଛଟପଟ ହୋଇ ଚାଲିଗଲା ଜୀବନ । ଗୋଟିଏ ଦିନରେ ରାଜ୍ୟର ୩ଟି ସ୍ଥାନରେ ଘଟିଛି ଚାଷୀ ମୃତ୍ୟୁ ଭଳି ଦୁଃଖଦ ଘଟଣା । ପୁରୀ ଜିଲ୍ଲା ପିପିଲିରେ ଧାନ ବିଲରେ ଜଳିଯାଇଛନ୍ତି ଚାଷୀ । ଏପଟେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ବିଦ୍ୟୁତ ଆଘାତରେ ଓ ବାଲେଶ୍ୱରରେ ଧାନକଟା ମେସିନରେ ପ୍ରାଣ ହରାଇଛନ୍ତି ଚାଷୀ ।
ହୁତୁ ହୁତୁ ଜଳୁଥିଲା ପାଚିଲା ଧାନ ବିଲ । ଜମିରୁ ଜମିକୁ ମାଡ଼ୁଥିଲା ନିଆଁ । ଧାନ ବିଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ, ନିଜେ ଜଳିଗଲେ ଚାଷୀ । ପ୍ରାଣ ହରାଇଛନ୍ତି ପୁରୀ ଜିଲ୍ଲା ପିପିଲି ସୁନାମୁଁହିଁ ଗାଁର ଗଜେନ୍ଦ୍ର ସ୍ୱାଇଁ । ଲୋକମାନେ ପହଞ୍ଚିଲା ବେଳକୁ ବିଲ ମଝିରେ ପଡ଼ିଥିଲା ଚାଷୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏପଟେ ସୁନାମୁହିଁ ଗାଁରେ ଖେଳିଯାଇଛି ଶୋକର ଛାୟା । ପୁଲିସର ସୂଚନା ଅନୁସାରେ, ଗଜେନ୍ଦ୍ର ଧାନ ଅମଳ ପରେ ନିଜ ବିଲରେ ନିଆଁ ଲଗାଇଥିଲେ । ଏହା ପାଖ ଜମିକୁ ମାଡ଼ିଯିବାରୁ ତାକୁ ଲିଭାଇବାକୁ ଯାଇ ନିଜେ ଜଳିଯାଇଛନ୍ତି ।
ଅଧିକ ପଢ଼ନ୍ତୁ : ପାଚିଲା ଧାନ ବିଲରେ ଲାଗିଲା ନିଆଁ: ନିଆଁ ଲିଭାଇବାକୁ ଯାଇ ଜଳିଗଲେ ଚାଷୀ
କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବାରିଲୋ ଗାଁ । କୋବି କିଆରିରେ ପାଣି ମଡ଼ାଇବା ବେଳେ, ଲିଫ୍ଟ ପଏଣ୍ଟରୁ କରେଣ୍ଟ ଲାଗି ପ୍ରାଣ ହରାଇଛନ୍ତି ଚାଷୀ ବିଜୟ କୁମାର ଜେନା । କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । କେବଳ ସଫଳ ତଥା ପୁରସ୍କୃତ ଚାଷୀ ନୁହଁନ୍ତି, ମଞ୍ଚରେ ଜଣେ ହାସ୍ୟ ଅଭିନେତା ଭାବେ ମଧ୍ୟ ସେ ଜଣାଶୁଣା ଥିଲେ । ବାଲେଶ୍ୱରରୁ ଆସିଛି ଆଉ ଏକ ଦୁଃଖଦ ଖବର । ଧାନ କଟା ଯାଉଥିବାବେଳେ ମେସିନରେ ପଶି ଜଣଙ୍କର ଯାଇଛି ଜୀବନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/farmer-dies-2025-12-14-19-37-15.jpg)