supermart fire Photograph: (KanaKNews)
କନକ ବ୍ୟୁରୋ; ଭୁବନେଶ୍ବର ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଆୟତ୍ତକୁ ଆସିନି ରାତିରୁ ଲାଗିଥିବା ନିଆଁ। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ। କ୍ରେନ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ଅଗ୍ନିଶମ ଟିମତ। ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ତୃତୀୟ ମହଲାରେ ଲାଗିଛି ନିଆଁ। ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଥିଲା । ନିଆଁ ସୁପରମାର୍ଟର ଚତୁର୍ଥ ମହଲାରେ ଲାଗିଥିଲା ।
ଅଧିକ ପଢନ୍ତୁ: ଧଉଳି ଲିଙ୍ଗିପୁର ନିକଟରେ ସୁପର ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ତ
ଦୀର୍ଘ ସମୟ ଧରି ଜଳିବା ପରେ ହୁତୁହୁତୁ ହୋଇ ଜଳିଉଠିଥିଲା । ସୁପରମାର୍ଟରେ ରହିଥିବା ବିଭିନ୍ନ ପ୍ରକାରର ଦ୍ରବ୍ୟ ସାମଗ୍ରୀ ପୂରା କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଲଗାତାର ଚେଷ୍ଟା ଜାରି ରଖିଛନ୍ତି । ଦୀର୍ଘ ଘଣ୍ଟା ବ୍ୟାପି ଅଗ୍ନିଶମ କର୍ମଚାରୀମାନେ କାମ କରୁଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିନାହିଁ।ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ଶର୍ଟସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ କୌଣସି ହତାହତ ହୋଇନଥିବା ଜଣାପଡ଼ିଛି, କିନ୍ତୁ ବ୍ୟାପକ ଆର୍ଥିକ କ୍ଷତି ହୋଇଛି ।
Follow Us