କନକ ବ୍ୟୁରୋ: ଇରାନ, ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ଆଶଙ୍କା ଭିତରେ ଆସିଛି ଆଉ ଏକ ଚିନ୍ତାଜନ ଖବର । ତେହେରାନର ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି ଆମେରିକା ବିରୋଧୀ ପୋଷ୍ଟର । ରାଜଧାନୀର ଏଙ୍ଗେଲାବ ଛକରେ ଇରାନ ଲଗାଇଛି ଏଭଳି ଏକ ପୋଷ୍ଟର ଯେଉଁଥିରୁ ସ୍ପଷ୍ଟ ହେଉଛି ଯଦି ଆମେରିକା ଆକ୍ରମଣ କରେ ତେବେ ଉଭୟ ପଟୁ ଭୟାନକ ହେବ ସ୍ଥିତି ।
ଏହି ପୋଷ୍ଟର ଧମକର, ଚେତାବନୀ, ଆଶଙ୍କାର ଆଉ ବଡ ବାର୍ତ୍ତାର । ଆମେରିକା ନାଲିଆଖି ଆଗରେ ନିଜର ଆକ୍ରାତ୍ମକ ରୂପ ଦେଖାଉଛି ଇରାନ । ଶଦ୍ଧରେ, ଚିତ୍ରରେ କିଭଳି ଟ୍ରମ୍ପଙ୍କୁ ଦିଆଯାଇଛି କଡ଼ା ଚେତାବନୀ । ଇରାନ କହିଛି ତୁମେ ଆମକୁ ମାରିଲେ, ଆମେ ନରସଂହାର ରଚିବୁ । ତୁମେ ପବନ ହେଲେ ଆମେ ଝଡ଼ ସାଜିବୁ । ତେହେରାନର ମୁଖ୍ୟ ଛକ ଏଙ୍ଗେଲାବରେ ଲାଗିଛି ଏହି ବିରାଟ ହୋଡିଂସ । ପୋଷ୍ଟରରେ ଆମେରିକାର ଏୟାରକ୍ରାପ୍ଟ ଧ୍ବଂସବିଧ୍ବଂସ, ଆମେରିକା ସୈନିକଙ୍କୁ ହତ୍ୟା, ଯୁଦ୍ଧ ବିମାନ ଜଳିପୋଡି ପାଉଁଶ, ସବୁଆଡେ ବିସ୍ଫୋରଣ ଓ ଆତଙ୍କର ଚିତ୍ର ଦେଖିବାକୁ ମିଳିଛି । ଇରାନ ସୂଚାଇ ଦେଇଛି ଆମେରିକାର ପ୍ରତି ଆକ୍ରମଣ ଜବାବ ରକ୍ତର ହୋଲି ସହ ଦିଆଯିବ ।
ଅଧିକ ପଢନ୍ତୁ: ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ : ଇରାନ- ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ ପରେ ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା
ମଧ୍ୟପ୍ରାଚ୍ୟକୁ ଆମେରିକା ନିଜର ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ ଓ ଅନ୍ୟାନ୍ୟ ଯୁଦ୍ଧ ପୋତ ପଠାଇବା ପରେ ଚିହିଁକି ଉଠିଥିବା ଇରାନ ଏବେ ରକ୍ତାକ୍ତ ପୋଷ୍ଟର ଲାଗାଇ କେବଳ ଆମେରିକା ନୁହେଁ ପୂରା ବିଶ୍ବକୁ ବଡ ବାର୍ତ୍ତା ଦେଇଛି । ସେପଟେ ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଅକୁ ସବୁ ଦାୟିତ୍ବ ଦେଇ ସୁପ୍ରିମ ଲିଡର ଅୟାତୁଲ୍ଲା ଖାମନେଇ ବଙ୍କରକୁ ସ୍ଥାନାନ୍ତର ହୋଇଛନ୍ତି । ଆମେରିକା ସହ ଲଢ଼େଇ ପୂର୍ବରୁ ନିଜକୁ ସୁରକ୍ଷିତ ରଖିବାକୁ ଉଚିତ ମଣି ଖାମନେଇ ରବିବାରଠୁ ଅଣ୍ଡରଗ୍ରାଉଣ୍ଡ ହୋଇଥିବା କୁହାଯାଉଛି । ସେପଟେ ଯୁଦ୍ଧ ଆଶଙ୍କା ଭିତରେ ବଡ ଫାଇଦା ମାରିବାକୁ ମୌକା ଖୋଜୁଛନ୍ତି ଇରାନର ବିତାଡିତ ରାଜା ରଜ୍ଗା ପହେଲବୀ । ଇରାନରେ ଗଣତନ୍ତ୍ର, ବଦଳରେ ରାଜତନ୍ତ୍ର ଲାଗୁ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ପହେଲବୀଙ୍କ ହଜାର ସଂଖ୍ୟକ ସମର୍ଥକ । ଶକ୍ତିଶାଳୀ ଆମେରିକା, ପରମାଣୁ ସମ୍ପନ୍ନ ଇରାନ । ଯଦି ମୁହାଁମୁହିଁ ହେବେ ତେବେ ବିଶ୍ବକୁ ତୃତୀୟ ଯୁଦ୍ଧ ମୁହାଁ ହେବାକୁ କେହି ରୋକିପାରିବେନି । ତେଣୁ ବିଶ୍ବ ସମୁଦାୟ ଏକାଠି ଆସି ଯୁଦ୍ଧ ସ୍ଥିତିକୁ ଏଡାଇବା ଆବଶ୍ୟକ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/26/war-iran-tension-2026-01-26-20-13-54.jpg)