କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଘମାଘୋଟ ହେଉଛି ଯୁଦ୍ଧ ସ୍ଥିତି, ସୁଯୋଗ ପାଇବା ମାତ୍ରେ ପରସ୍ପର ଉପରେ ଆକ୍ରମଣ ଜାରି କରୁଛନ୍ତି ଇରାନ ଓ ଇସ୍ରାଏଲ। ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ବଡ଼ ଯୋଜନା କରିଥିବା ଆମେରିକାକୁ ଗୁପ୍ତ ସୂଚନା ମିଳିଛି । ୪ହଜାରରୁ ଉଦ୍ଧ୍ୱର୍ କ୍ଷେପଣାସ୍ତ୍ରରେ ଇସ୍ରାଏଲର ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଇରାନ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି। ସେପଟେ ପୁଣିଥରେ ସୁଯୋଗ ଦେଖି ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି। ଏଥିପାଇଁ ଆମେରିକାରୁ ଅତ୍ୟାଧୁନିକ ଓ ବିଧ୍ୱଂସକ ଅସ୍ତ୍ରଶସ୍ତ୍ର ମଗାଇଛି ନେତାନ୍ୟାହୁ ପ୍ରଶାସନ।
ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ଆଶଙ୍କା
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭିତରେ ଚିନ୍ତା ବଢାଇଲା ଆମେରିକାର ଦାବି
ଇରାନର ଇସ୍ରାଏଲ ଆକ୍ରମଣ ମିଶନକୁ ନେଇ ଆମେରିକାକୁ ଗୁପ୍ତ ସୂଚନା
୪ହଜାରରୁ ଉଦ୍ଧ୍ୱର୍ ମିଶାଇଲରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ
ସେପଟେ ଇରାନର ଉପରେ ପୁଣିଥରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଇସ୍ରାଏଲ
ଆମେରିକାରୁ ନେତ୍ୟାନ୍ୟାହୁ ପ୍ରଶାସନ ମଗାଇଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର
ଖୁବଶୀଘ୍ର ଇସ୍ରାଏଲରେ ପହଁଚିବ ଆମେରିକାର ଜିବିୟୁ-୪୩/ବି ବୋମା
ଏହାକୁ ଆମେରିକାର ମଦର ଅଫ୍ ଅଲ୍ ବମ୍ ମଧ୍ୟ କୁହାଯାଏ
ବୋମାର ଓଜନ ୯ହଜାର ୮୦୦ କିଲୋଗ୍ରାମ
ଜିପିଏସ ମାଧ୍ୟରେ ଏହା ଟାର୍ଗେଟକୁ ହିଟ୍ କରିଥାଏ
ହର୍କ୍ୟୁଲସ୍ କାର୍ଗୋ ବିମାନ ଜରିଆରେ ଏହି ବୋମାକୁ ନିକ୍ଷେପ କରାଯିବ
ଏଥିପାଇଁ ଇସ୍ରାଏଲକୁ ଇରାନର ବାୟୁସୀମାକୁ ପ୍ରବେଶ କରିବାକୁ ହେବ
ଇରାନର ଆଣବିକ କେନ୍ଦ୍ରକୁ ନଷ୍ଟ ପାଇଁ ଏହାକୁ ବ୍ୟବହାର କରିପାରେ ଇସ୍ରାଏଲ
୨୦୦ ଫୁଟ ତଳେ ରହିଥିବା ସ୍ଥାନକୁ ମଧ୍ୟ ଏହି ବୋମା ଛାରଖାର କରିପାରେ
ଏହା ବ୍ୟତୀତ ଇସ୍ରାଏଲକୁ ଜିବିୟୁ-୫୭ ବୋମା ଦେଉଛି ଆମେରିକା
ଜିବିୟୁ-୫୭ ମଧ୍ୟ ଏକ ବଙ୍କର୍ ବ୍ଲଷ୍ଟର୍ ବୋମା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/30/mSlKplrjg4KsgZNQOuos.jpg)