କନକବ୍ୟୁରୋ : କାର୍‌ର ସିକ୍ରେଟ ଚ୍ୟାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ ।  ଖବର ପାଇ ଧରିନେଲା ପୁଲିସ ।  ବଲାଙ୍ଗୀରରୁ ଆସିଛି ଗଞ୍ଜେଇ ଚାଲାଣର ନିଆରା ଖବର । ଏକ କାର୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ବଲାଙ୍ଗୀର ଟାଉନ୍ ଥାନା ପୁଲିସ । ଗାଡ଼ିକୁ ଧରିବା ପାଇଁ ଟିଟିଲାଗଡ଼ ରାସ୍ତାରେ ଛକି ରହିଥିଲା ସ୍ପେଶାଲ ଟିମ୍ ।  କାର୍‌କୁ ସିଜ୍ କରି ବହୁ କଷ୍ଟରେ ଗଞ୍ଜେଇର ସନ୍ଧାନ ପାଇଥିଲା ।

Advertisment

କାର୍‌ର ସାମ୍ନା ପଟରେ ତିଆରି ହୋଇଥିଲା  ଏକ ସିକ୍ରେଟ ଚ୍ୟାମ୍ବର । ଯେଉଁଥିରେ ଥିଲା ପ୍ୟାକେଟ୍‌ ପ୍ୟାକେଟ୍ ଗଞ୍ଜେଇ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨୪ ପ୍ୟାକେଟ ଗଞ୍ଜେଇ ଜବତ କରିଛି ପୁଲିସ। ଏହାସହିତ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଦୁଇଜଣ ଛତିଶଗଡ଼ର ବୋଲି ଜଣାପଡ଼ିଛି । ତେବେ ଗଞ୍ଜେଇ କୁଆଡ଼େ ଯାଉଥିଲା, ସେ ନେଇ ପଚରାଉଚରା କରୁଛି ପୁଲିସ । 

ପୂର୍ବ ୩ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ କଟା ବଢ଼ୁଛି, କିନ୍ତୁ ଚାଷ କମୁନି । ୨୦୨୩ ମସିହାରେ ବୌଦ୍ଧ ଜିଲ୍ଲାର ୧,୧୯୩ ଏକର ଜମିରୁ ୧୩ ଲକ୍ଷ ୬୧ ହଜାର ୪୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ୩୭ଟି ମାମଲା ରୁଜୁ ହୋଇଥିଲା । ୨୦୨୪ ମସିହାରେ ପରିସ୍ଥିତି ଆଉ ଗୁରୁତର ହୋଇଥିଲା। ୬,୯୧୦ ଏକର ଜମିରୁ ୭୪ ଲକ୍ଷ ୬୬ ହଜାର ୬୮ ଗଞ୍ଜେଇ ଗଛ ଧ୍ଵଂସ କରାଯାଇଥିବା ବେଳେ ୧୮୦ଟି ମାମଲା ପଞ୍ଜୀକୃତ ହୋଇଥିଲା । ଚଳିତ ୨୦୨୫ ମସିହା, ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୧,୫୦୦ ଏକର ଗଞ୍ଜେଇ ଚାଷ ଜମି ଧ୍ବଂସ ହୋଇଥିବା ବେଳେ ୩୨ଟି ମାମଲା ରୁଜୁ ହୋଇଛି । ଏହା କେବଳ ବର୍ଷର ପ୍ରାରମ୍ଭିକ ଆକଳନ। ଆଗାମୀ ମାସଗୁଡ଼ିକରେ ଏହି ସଂଖ୍ୟା ଆଉ ବଢ଼ିବା ଆଶଙ୍କା ରହିଛି । 

ଭିବି-ଜି ରାମ-ଜି ବିଲ୍‌କୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ସୋନିଆ ଗାନ୍ଧୀ

ତଥ୍ୟ କହୁଛି, ପ୍ରତିବର୍ଷ ଗଞ୍ଜେଇ ଚାଷ ଧ୍ବଂସ ଅଭିଯାନ ବଡ଼ ହେଉଛି, କିନ୍ତୁ ମୂଳ ସମସ୍ୟା ଅତୁଟ । ଗଞ୍ଜେଇ ଚାଷ ଦୁଇ-ଚାରି ଦିନରେ ହୁଏନି, ମାସ ମାସ ଧରି ଚାଲିଥାଏ । ତେବେ ଏତେ ସମୟ ଧରି ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ କେମିତି ସୂଚନା ପାଉନାହାନ୍ତି, ସେହି ପ୍ରଶ୍ନ ଏବେ ଅଧିକ ତୀବ୍ର ହୋଇଛି । ଡ୍ରୋନ୍ ସର୍ଭେ, ସାଟେଲାଇଟ୍ ଇମେଜିଂ, ଜିଓ-ମ୍ୟାପିଂ ଭଳି ଆଧୁନିକ ପ୍ରଯୁକ୍ତି ଉପଲବ୍ଧ ଥିବା ସତ୍ତ୍ୱେ ଯଦି ଗଞ୍ଜେଇ ଚାଷ ଆଗୁଆ ଚିହ୍ନଟ ହେଉନାହିଁ, ତେବେ ଏହା କେବଳ ଅବହେଳା ନା ବ୍ୟବସ୍ଥାଗତ ବିଫଳତା, ସେଥିରେ ସନ୍ଦେହ ଉପୁଜିଛି । ଗଞ୍ଜେଇ ଚାଷ ପାଇଁ ପ୍ରତିବର୍ଷ ଶହ ଶହ ଏକର ଜଙ୍ଗଲ ଧ୍ଵଂସ ହେଉଛି, ସବୁଜିମା ନଷ୍ଟ ହେଉଛି, ତାପମାତ୍ରା ବଢ଼ୁଛି ।

 ଧାନ ଚାଷ ପାଇଁ ଆବଶ୍ୟକ ଗୋବର ଖତ ଓ ୟୁରିଆ ସାର ମଧ୍ୟ ଗଞ୍ଜେଇ ଚାଷରେ ବ୍ୟବହୃତ ହେଉଥିବାରୁ ସାଧାରଣ ଚାଷୀ କଳାବଜାରୀ ଉପରେ ନିର୍ଭର କରିବାକୁ ବାଧ୍ୟ। ଲକ୍ଷ ଲକ୍ଷ ଟଙ୍କା ସରକାରୀ ଧନ ଖର୍ଚ୍ଚ ହେଉଛି, କିନ୍ତୁ ଫଳ ଶୂନ୍ୟ । ବୁଦ୍ଧିଜୀବୀ କହୁଛନ୍ତି, ଗଞ୍ଜେଇ କାଟିବା ନୁହେଁ, ଗଞ୍ଜେଇ ଲଗାଇବା ପୂର୍ବରୁ ରୋକ ଲଗାଇବା ହିଁ ସ୍ଥାୟୀ ସମାଧାନ । ନିରୀହ ଆଦିବାସୀଙ୍କୁ ବିକଳ୍ପ ଜୀବିକା, ସଚେତନତା, ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ସହ ମୁଖ୍ୟଧାରାରେ ସାମିଲ କରିବା ଅତ୍ୟାବଶ୍ୟକ ।


--