କନକ ବ୍ୟୁରୋ: ମେକ୍ସିକୋର କୁଖ୍ୟାତ ଡ୍ରଗ୍ ମାଫିଆ ଏଲ୍ ମେଞ୍ଚୋର ହତ୍ୟା ପରଠାରୁ ସମଗ୍ର ଦେଶରେ ଗତ କିଛି ଦିନ ହେଲା ବ୍ୟାପକ ହିଂସା ଜାରି ରହିଛି। ଏହି ସଂଗଠନର ଅଜ୍ଞାତ ବନ୍ଧୁକଧାରୀମାନେ ରାଜରାସ୍ତା, ପେଟ୍ରୋଲ ପମ୍ପ, ଏୟାରପୋର୍ଟ ଓ ଅନ୍ୟାନ୍ୟ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ନିଆଁ ଲଗାଇବା ସହ ବ୍ୟାପକ ହିଂସାକାଣ୍ଡ ଚଳାଇଛନ୍ତି। ଏପରି ସ୍ଥିତିରେ ସେଠାରେ ବିଶ୍ବକପ୍ ଫୁଟ୍ବଲ୍ ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି। ତେବେ ଏ ସଂପର୍କରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଫିଫା ମୁଖ୍ୟ ଗିଆନି ଇନଫାଣ୍ଟିନୋ।
ଆହୁରି ପଢ଼ନ୍ତୁ... ଇଟାଲି ମହିଳା କ୍ରିକେଟ୍ ଦଳରେ ଯୌନ ନିର୍ଯାତନା ଅଭିଯୋଗ
ସେ କହିଛନ୍ତି ଯେ ସେଠାରେ ବିଶ୍ବକପ୍ ଆୟୋଜନକୁ ନେଇ ସେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ଅଛନ୍ତି, ସବୁକିଛି ଠିକ୍ ଅଛି । ସେଠାରେ ଏକ ଚମତ୍କାର ବିଶ୍ବକପ୍ ହେବ। ଏହା ପୂର୍ବରୁ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଅମ୍ କହିଥିଲେ ଯେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି ଓ ବିଶ୍ବକପ୍ ଓ ଏହାକ ପ୍ରଶଂସକମାନଙ୍କ ଉପରେ କୌଣସି ବିପଦର ଆଶଙ୍କା ନାହିଁ। ମେକ୍ସିକୋର ଗ୍ବାଡାଲାଜାରାରେ ସର୍ବାଧିକ ହିଂସା ଜାରି ରହିଛି। ଏହି ସହରରେ ହିଁ ୪ଟି ବିଶ୍ବକପ୍ ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି। ଏସବୁ ମ୍ୟାଚ୍ ଦକ୍ଷିଣ କୋରିଆ, ମେକ୍ସିକୋ, ସ୍ପେନ୍, ଉରୁଗୁଏ ଓ କଲମ୍ବିଆ ମଧ୍ୟରେ ଖେଳାଯିବ। ଫଳରେ ଏହି ହିଂସା ଫିଫାର ଚିନ୍ତା ବଢାଇଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/fifa-2026-02-25-13-58-35.jpg)