ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ :  ରାତିରେ ଇରାନର ତେଲ ଭଣ୍ତାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ

Advertisment

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ। ରାତିରେ ଇରାନର ତେଲ ଭଣ୍ଡାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ। ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ। ଭୟଙ୍କର ଆକ୍ରମଣ ନେଇ ଟ୍ରମ୍ପଙ୍କ ଚେତବାନୀ ପରେ ମିସାଇଲ ମାଡ଼ ।

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ। ରାତିରେ ଇରାନର ତେଲ ଭଣ୍ଡାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ। ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ। ଭୟଙ୍କର ଆକ୍ରମଣ ନେଇ ଟ୍ରମ୍ପଙ୍କ ଚେତବାନୀ ପରେ ମିସାଇଲ ମାଡ଼ ।

1

Photograph: (kanak news)

କନକ ବ୍ୟୁରୋ:  ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ। ରାତିରେ ଇରାନର ତେଲ ଭଣ୍ଡାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ। ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ। ଭୟଙ୍କର ଆକ୍ରମଣ ନେଇ ଟ୍ରମ୍ପଙ୍କ ଚେତବାନୀ ପରେ ମିସାଇଲ ମାଡ଼। ତେହେରାନରେ ଥିବା ଏକ ତୈଳ ଭଣ୍ଡାର ଉପରେ ଯୁକ୍ତରାଷ୍ଟ୍ର ଓ ଇସ୍ରାଲଏଲର ଆକ୍ରମଣ କରିଛନ୍ତି । ଯାହା ଫଳରେ ଭୟଙ୍କର ନିଆଁ ଲାଗିଥିଲା ବୋଲି ରାଜ୍ୟ ମିଡିଆ ରିପୋର୍ଟ କରିଛି। ଏହାର କିଛି ସମୟ ପରେ ଇରାନର ରେଭୋଲ୍ୟୁସନାରୀ ଗାର୍ଡସ୍ କହିଛନ୍ତି ଯେ ସେମାନେ ଏହି ଆକ୍ରମଣର ପ୍ରତିକ୍ରିୟାରେ ଇସ୍ରାଏଲର ହାଇଫା ତୈଳ ଶୋଧନାଗାରକୁ ଟାର୍ଗେଟ କରି ମାଡ଼ କରିଛନ୍ତି । 

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ସମସ୍ତ ଶକ୍ତି ସହିତ ଇରାନ ସହ ଯୁଦ୍ଧ ଜାରି ରଖିବ। ଯୁକ୍ତରାଷ୍ଟ୍ର ସହିତ ମିଶି ଏକ ସପ୍ତାହର ଆକ୍ରମଣ ପରେ ଇରାନର ଆକାଶରେ ପ୍ରାୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛନ୍ତି। ଏହି ବିବୃତ୍ତି ଏହି ସମୟରେ ଆସିଛି ଯେତେବେଳେ ଇରାନ ଯୁକ୍ତରାଷ୍ଟ୍ର ସୈନ୍ୟ ରଖିଥିବା ତାଙ୍କର ଉପସାଗରୀୟ ପଡ଼ୋଶୀ ଦେଶଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣର ଧାରା ଜାରି ରଖିଛି । 

 ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା; ପ୍ରତି ମୁହୂର୍ତ୍ତର ଅପଡେଟ୍ ଖବର ପାଆନ୍ତୁ ଏଠାରେ...

ରାତିରେ ଦୁବାଇ ବଡ଼ ହୋଟେଲ ଉପରେ ଇରାନର ଏୟାର ଷ୍ଟ୍ରାଇକ୍। ୧୨୧ ଡ୍ରୋନ ସହ ୧୬ ଟି ବାଲଷ୍ଟିକ ମିସାଇଲ ମାଡ଼ କଲା ଇରାନ। ସେଥିରୁ ୧୫ ଟି ବାଲଷ୍ଟିକ ମିସାଇଲ ଏବଂ ୧୧୯ ଟି ଡ୍ରୋନ ନଷ୍ଟ କରିଥିବା ନେଇ ୟୁଏଇର ଦାବି।। ତେହେରାନ ଉପରେ ଭୟଙ୍କର ଆକ୍ରମଣ ନେଇ ଟ୍ରମ୍ପଙ୍କ ଧମକ ପରେ ଇରାନର ଆକ୍ରମଣ।  ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଟ୍ରମ୍ପ ଇରାନ୍  ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛି। ଆମେରିକାର ଏହି ବୟାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ସବୁଠାରୁ ବଡ଼ ସାମରିକ ଅଭିଯାନ ଭାବରେ ବର୍ଣ୍ଣନା କରାଯାଉଛି।  ଆମେରିକାର ସେନାର ପ୍ରାଥମିକ ଲକ୍ଷ୍ୟ ହେଉଛି ଇରାନର କ୍ଷେପଣାସ୍ତ୍ର ଶକ୍ତିକୁ ନଷ୍ଟ କରିବା। ଇରାନ ପଡୋଶୀ ଦେଶ ଉପରେ ଆକ୍ରମଣ କରିଥିବାରୁ ଅନୁତାପ କରିଥିଲା । 

ଆଉ ବିନା କାରଣରେ କୌଣସି ଆକ୍ରମଣ କରିବ ନାହିଁ ବୋଲି କହିଥିଲେ । ଇରାନ ସରକାରଙ୍କ ପକ୍ଷରୁ ଏଭଳି ବୟାନର କିଛି ସମୟ ପରେ ଜୋର୍ଡାନ ଉପରେ ହମଲା କରିଥିଲେ ଇରାନ୍ ସେନା । ସେଠାରେ ଥିବା ଆମେରିକାର କ୍ୟାମ୍ପକୁ ନଷ୍ଟ କରି ଦେଇଛି ଇରାନ୍ । ଏହା ପରେ ପୁଣି ୟୁଏଇ ଉପରେ ଆକ୍ରମଣ କରିଛି ଇରାନ।  ଇରାନ ଏବଂ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ପ୍ରଭାବ।  ବଢିଲା ଅଶୋଧିତ ତୈଳ ଦର। କ୍ରୁଡ୍ ଅଏଲ୍ ମାର୍କେଟ୍ ମୂଲ୍ୟ ବୃଦ୍ଧି ବିଶ୍ୱବ୍ୟାପୀ ବ୍ୟବସାୟୀମାନଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି। ୯ଘଣ୍ଟାରୁ କମ୍ ସମୟ ମଧ୍ୟରେ, କ୍ରୁଡ୍ ଅଏଲ୍ ମୂଲ୍ୟ ପ୍ରାୟ ପ୍ରତି ବ୍ୟାରେଲ୍ ପିଛା ୧୨ ଡଲାଇ ବୃଦ୍ଧି ପାଇଛି। ଏଥିସହ ଅଶୌଧି ତେଲ ଦର ବ୍ୟାରେଲ ପିଛା ୯୨.୫୦ ଡଲାର ଛୁଇଁଛି। ଚଳିତ ସପ୍ତାହରେ କ୍ରୁଡ୍ ଅଏଲ ୩୫ ପ୍ରତିଶତ  ବୃଦ୍ଧି ପାଇଛି।  ବିଶ୍ବର ଅଧିକାଂଶ ତେଲ ଜାହାଜ ଷ୍ଟେଟ୍ ଅଫ ହାମ୍ରୋଜ୍ ଦେଇ ଆସୁଥିବା ବେଳେ ଯୁଦ୍ଧ ଯୋଗୁ ଏହା ପ୍ରଭାବିତ ହୋଇଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶର ତେଲ ଜାହାକୁ ନଛାଡିବାକୁ ଚେତାବନି ଦେଇଛି ଇରାନ। ଫଳରେ ଅଶୋଧିତ ତୈଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe