Cyclone Photograph: (kanak news)
କନକ ବ୍ୟୁରୋ : ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ । ଶନିବାର ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ଯଦିଓ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ, ତେବେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଶୀତଦିନରେ ଲଘୁଚାପକୁ ନେଇ ସମସ୍ତେ ଛାନିଆ । ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୨ ତାରିଖ ବେଳକୁ ଲଘୁଚାପ, ୨୪ରେ ଅବପାତ ଓ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
ବାତ୍ୟାର ସମ୍ଭାବ୍ୟ ଗତିପଥ ନେଇ କୌଣସି ସ୍ପଷ୍ଟତା ଏବେ ସୁଦ୍ଧା ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ସିଧାସଳଖ ମାଡ଼ ହୋଇନପାରେ । ଏହାର ପ୍ରଭାବରେ ୩-୪ଦିନ ପ୍ରବଳ ବର୍ଷା ହୋଇପାରେ । ବାତ୍ୟାର ପ୍ରଭାବ ଆନ୍ଧ୍ର ଓ ତାମିଲନାଡ଼ୁ ଉପରେ ପଡ଼ିବା ସମ୍ଭାବନା ଅଧିକ । ରାଜ୍ୟରେ କେବଳ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
ଅଧିକ ପଢ଼ନ୍ତୁ---ନୀତୀଶ କୁମାରଙ୍କ ପ୍ରେମ କାହାଣୀ; ଅଧ ରାତିରେ ବାହାରିଥିଲେ ବାଇକ୍ ଧରି...
ବିଲରେ ଏବେ ଅଧା ପାଚିଲା ଧାନ ପଡିଛି । ଦିନ କେଇଟା ମଧ୍ୟରେ ଅମଳ ହେବ । ଆଉ ସମ୍ଭାବ୍ୟ ବର୍ଷାକୁ ନେଇ ଉପକୂଳର ଚାଷୀ ଛାନିଆ ହୋଇଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ମହୁରା ପଂଚାୟତ ବାଗଲପୁର ସମେତ ଆଖ ପାଖ ଅଂଚଳରେ ୭ଶହ ଏକର ରୁ ଅଧିକ ଧାନ ଫସଲ କରିଛନ୍ତି । ଆଉ ବର୍ଷା ଖବର ଶୁଣି ଚାଷୀ ଛାନିଆ ହୋଇଛନ୍ତି । ଅସ୍ତରଙ୍ଗ ଏବଂ କାକଟପୁରରେ ଚାଷୀ ସେମାନଙ୍କ ଧାନ ଫସଲ କାଟିବା ଆରମ୍ଭ କରିଛନ୍ତି । ବର୍ଷା ଓ କୋହଲାପାଗ ଧାନ ଫସଲ କୁ ଉଜାଡିଦେବାର ଭୟ ସୃଷ୍ଟି କରିଛି । ଲଘୁଚାପର ପ୍ରଭାବ କେତେ ରହିବ, ବାତ୍ୟାର ରୂପ ନେବା ନା ନାହିଁ ସେନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିନାହିଁ । କିନ୍ତୁ ଉପକୂଳରେ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।
Follow Us