କନକ ବ୍ୟୁରୋ : ଆସୁଛି ଲଘୁଚାପ । ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ ।
fog in odisha : ରାଜ୍ୟରେ ବଢୁଛି ଶୀତ ଲହରୀ : ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ
ପରବର୍ତ୍ତୀ ୪୮ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଅବେଳରେ ଲଘୁଚାପ ଆସୁଥିବାରୁ ଚିନ୍ତାରେ ଚାଷୀ। ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ହେଲେ ଚାଷ ପ୍ରଭାବିତ ହେବ। ଏପଟେ ଶୀତ ଦିନେ ବର୍ଷା ଆସୁଥିବାରୁ ଚିନ୍ତା ବଢିଛି ଲୋକଙ୍କର । ବର୍ଷା ପରେ ଆହୁରି ଶୀତ ବଢିବା ନେଇ ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/rain-2025-11-20-16-44-49.jpg)