କନକ ବ୍ୟୁରୋ : କିଛି ବର୍ଷ ହେଲା ମାତ୍ରାଧିକ ପ୍ରଦୂଷଣ ଯୁକ୍ତ ସହର ତାଲିକାରେ ଦିଲ୍ଲୀ ଓ ପଞ୍ଜାବ ଭଳି ସହର ଆସୁଥିଲା । ଏବେ କିନ୍ତୁ ପ୍ରଦୂଷଣ ସେତିକିରେ ସୀମିତ ନାହିଁ । ରାଜଧାନୀ ଭୁବନେଶ୍ବର ପରେ ରେଶମ ସହର ବ୍ରହ୍ମପୁରକୁ ଘାରିଛି ପ୍ରଦୂଷଣ ଚିନ୍ତା । ଏଠି ନା ଅଛି କଳକାରଖାନା, ନା ଅଛି କିଛି ବଡ଼ କଂପାନି । ତଥାପି ଏଠି ଖସି ଚାଲିଛି ବାୟୁର ମାନ । ଗତ କିଛିମାସ ହେଲା ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁର ଗୁଣବତ୍ତା ରହୁଛି ପାଖାପାଖି ୨୦୦ । ଯାହାକୁ ନେଇ ବଢ଼ିଛି ଚିନ୍ତା । ସହରରେ ଯାନବାହାନ ସଂଖ୍ୟା ବଢ଼ିବା ସହ ଅନେକ ସ୍ଥାନରେ ଅଳିଆ ପୋଡ଼ାଯାଉଛି । ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ପରିବେଶବିତ୍ ।
ସହରର କଳେବର ବୃଦ୍ଧି ପାଇବା ସହ ଦ୍ରୁତଗତିରେ ଚାଲିଛି ଶହ ଶହ କୋଠାବାଡ଼ି ନିର୍ମାଣ । ଫଳରେ ଭୀଷଣ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ । ଗୋଟିଏ ପଟେ ହାଡ଼ଭଙ୍ଗା ଶୀତ ଯୋଗୁଁ ଥଣ୍ଡା, କାଶ, ଜ୍ବର ଲାଗି ରହୁଛି । ଅନ୍ୟପଟେ ଏଭଳି ବାୟୁ ପ୍ରଦୂଷଣର ମାତ୍ର ବୃଦ୍ଧି ପାଇଲେ ହୃଦ୍ରୋଗ ଓ ଫୁସଫୁସଜନିତ ରୋଗ ବଢ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି । ବିକାଶ ଉପର ମୁହାଁ କିନ୍ତୁ ପରିବେଶ ସୁରକ୍ଷାକୁ ନେଇ ଜନ ସଚେତନତାର ଅଭାବ ଲାଗି ଦାଉ ସାଜୁଛି ପାଣିପାଗ ।
ଅଧିକ ପଢ଼ନ୍ତୁ---କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ; କଳାବ୍ୟାଜ୍ ପିନ୍ଧି ଜୁନିଅର ଡାକ୍ତରଙ୍କ ପ୍ରତିବାଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/17/polution-2026-01-17-19-22-14.png)