କନକ ବ୍ୟୁରୋ : ପୁଅ ଟିଏ ପାଇଁ ଲୋକେ ବହୁ ଓଷା ପର୍ବ ପର୍ବାଣି କରନ୍ତି , ପୁଅ ପାଇଁ ବ୍ୟାକୁଳ ହୋଇଥାନ୍ତି । କିନ୍ତୁ ସମୟ ବଦଳିବା ସହ ବଦଳିଛି ମାନସିକତା । କେବଳ ପୁଅ ଯେ ସବୁ କରିପାରିବ, ତାହା ଭୁଲ୍ ପ୍ରମାଣିତ କରିଛନ୍ତି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ସରକଣା ଗ୍ରାମର ଝିଅ ପୂଜା । ବାପାଙ୍କ ମୃତ୍ୟୁ ପରେ ସମସ୍ତ ଶୁଦ୍ଧି କ୍ରିୟା କରି କର୍ତ୍ତା ହୋଇଛନ୍ତି ପୂଜା । ବାପାଙ୍କୁ କାନ୍ଧ ଦେବା, ମୁଖାଗ୍ନି ଠାରୁ ଦଶାହରେ ଲଣ୍ଡା ହୋଇଛନ୍ତି ପୂଜା । ଯାହା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ।
ରାମ୍ ନାମ୍ ସତ୍ୟ ହେରେ କମ୍ପିଲା ସ୍ବର୍ଗଦ୍ଵାର । କୌଣସି ପୁଅ ନୁହେଁ, ବରଂ ଏଠି ଝିଅ ବାପାର ଶେଷକୃତ କଲା । ବାପାଙ୍କୁ କାନ୍ଧ ଦେଲେ , ଜୁଇ ଚାରିପଟେ ୭ ଥର ବୁଲି ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଛନ୍ତି । ଦଶ ତୁଠର ସମସ୍ତ ବିଧି କରି ଲଣ୍ଡା ମଧ୍ୟ ହୋଇଛନ୍ତି । ପ୍ରଥା ଓ ପରମ୍ପରାର ଦ୍ବାହି ଦେଇ ଝିଅଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟରୁ ଦୂରେଇ ରଖୁଥିବା ଏ ଦୁନିଆ ପାଇଁ ଏ ଖବର ନିଶ୍ଚୟ ଏକ ଉଦାହରଣ ।
ଅଧିକ ପଢ଼ନ୍ତୁ--ବାପାଙ୍କୁ ମୁଖାଗ୍ନି ଦେଲା ଝିଅ, ପାଉଁଶ ହୋଇଗଲା ପୁରୁଣା ପ୍ରଥା
ଖୋର୍ଦ୍ଧା ବାଲିଅନ୍ତା ସରକଣା ଗାଁର ଶରତ ଚନ୍ଦ୍ର ମହାନ୍ତିଙ୍କ ଗତ ଡିସେମ୍ବର ୧ ତାରିଖରେ ଦେହାନ୍ତ ହୋଇଥିଲା । ଶରତଙ୍କ ପୁଅ ନହିଁ, ୨ ଝିଅ ଅଛନ୍ତି । ସେଥିମଧ୍ୟରୁ ବଡ଼ ଝିଅ ପ୍ରୀତିଲତାଙ୍କର ବିବାହ ସରିଛି । ସେଥିପାଇଁ ସାନ ଝିଅ ଦିପ୍ତିଲତା ବାପାଙ୍କ ସବୁ କର୍ମ କରିଛନ୍ତି । ଆଉ ଆଜି ଏକାଦଶ କର୍ମ ବି ସମ୍ପାଦନ କରୁଛନ୍ତି । ରକ୍ତରୁ ଜନ୍ମିତ ପୁଅ ଯଦି ବାପା ମା’ଙ୍କ ପାଇଁ ସବୁ କର୍ମକାଣ୍ଡ କରିପାରୁଛି । ତାହେଲେ ରକ୍ତରୁ ଜନ୍ମିତ ଝିଅ କରିବାରେ ଅସୁବିଧା କ’ଣ ? ଆଉ ସବୁଠାରୁ ବଡ଼ କଥା ହେଉଛି ଧୀରେଧୀରେ ଲୋକଙ୍କ ମାନସିକତା ବଦଳୁଛି । ସମାଜ ଏସବୁ କୁ ସ୍ବୀକୃତି ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/11/khordha-2025-12-11-17-57-35.jpg)