କନକ ବ୍ୟୁରୋ: ବଡଚଣା ବ୍ଲକ ଭୁଷଣ୍ଡପୁର ପଞ୍ଚାୟତର ମହାଖଳା ଟାଇଲି ସାହି । ୧୯୬୨ରେ ବିଜୁ ବାବୁ ଏଇ ଗାଁର ମଣିଷ ମାନଙ୍କୁ ଟାଇଲ ଛପର ଘର ଉପହାର ଦେଇଥିଲେ । ସେବେ ଠାରୁ ଏହି ଠାରେ ରହି ଆସୁଛନ୍ତି ୫୦ରୁ ଅଧିକ ପରିବାର । ସମୟ ବିତିବା ସହ ଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । କେଉଁଠି କାନ୍ଥ ଭୁଷୁଡ଼ି ପଡ଼ିଲାଣି ତ ଆଉ କେଉଁଠି ଟାଇଲ ଭାଙ୍ଗି ଖସିପଡ଼ିଲାଣି । ଖରା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଜରି ପାଲ ଢାଙ୍କି ରହିବାକୁ ପଡ଼ୁଛି । ୫୦ ବର୍ଷ ହେଲାଣି ନା ଘରର ମରାମତି ହୋଇଛି ନା ହିତାଧିକାରୀଙ୍କୁ ଆବାସ ମିଳିଛି । ମୂଲମଜୁରୀ କରି ଚଳୁଥିବା ପରିବାର ଘରଟିଏ କରିବାକୁ ଅକ୍ଷମ ହୋଇଥିବାରୁ ଭଙ୍ଗା ଘରେ ପଡ଼ିରହିଛି ।
କଟକ ଜିଲ୍ଲା ବଡ଼ମ୍ବାରେ ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁଙ୍କ ମୃତ୍ୟୁ
ପୂର୍ବ ସରକାର ଏମାନଙ୍କ ଦୁଃଖ ବୁଝିଲେନି । ଏବେର ସରକାର ବୁଝିବେ ବୋଲି ଭରସା ପାଉନି । ସ୍ଥାନୀୟ ସରପଞ୍ଚ କହିଛନ୍ତି, ନୂଆ ଜନଗଣନା ପରେ ପକ୍କା ଘର ଯୋଗାଇ ଦିଆଯିବ । ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ଓ ଘର ଯୋଗାଇ ଦେଉଛନ୍ତି । ହେଲେ ଏସବୁ ଏମାନଙ୍କ ପାଇଁ ଅପହଞ୍ଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/27-2025-11-03-18-10-21.jpg)