କନକ ବ୍ୟୁରୋ : କଟକ ଜିଲ୍ଲା ବଡ଼ମ୍ବାରେ ଏକ ଦୁଃଖଦ ଘଟଣା ଘଟିଛି । ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ମୃତକ ହେଲେ ୩ ବର୍ଷୀୟ ଶୁଭମ ନାୟକ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ ନାୟକ । ସେମାନଙ୍କ ଘର ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁରେ ।
ମାମୁ ଘରକୁ ବୁଲିବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ପାଇଖାନା ଟାଙ୍କିରେ ଖସିପଡିଥିଲେ । ୩ ଜଣ କୁନି ଛୁଆଙ୍କ ଅକାଳ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/24-2025-11-03-17-43-52.jpg)