କଳାହାଣ୍ଡି ଜିଲ୍ଲା କୋକସରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ

Advertisment

ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ଶୋଚନୀୟ ମୃତ୍ୟୁ  ଘଟିଛି । କଳାହାଣ୍ତି ଜିଲ୍ଲା  କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା  ଘଟିଥିବା ଦେଖିବାକୁ ମିଳିଛି ।

ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ଶୋଚନୀୟ ମୃତ୍ୟୁ  ଘଟିଛି । କଳାହାଣ୍ତି ଜିଲ୍ଲା  କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା  ଘଟିଥିବା ଦେଖିବାକୁ ମିଳିଛି ।

bike accident

Photograph: (kanaknews)

କନକବ୍ୟୁରୋ : ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ଶୋଚନୀୟ ମୃତ୍ୟୁ  ଘଟିଛି। କଳାହାଣ୍ତି ଜିଲ୍ଲା  କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା  ଘଟିଥିବା ଦେଖିବାକୁ ମିଳିଛି । ବାଇକରୁ ପଡି ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁଡୋଙ୍ଗରି ଗ୍ରାମର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ (କୁନା) । ବବଲୁ ଓ ଅମରେନ୍ଦ୍ର ଭଇରୀପାଲି ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବାଟରେ ସୁନାମାଲ ଭାଲୁପଡା ରାସ୍ତାର ଏକ ବୁଲାଣି ନିକଟରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।

ଅଧିକ ପଢନ୍ତୁ... ଓଏଏସ୍ ପଦ ଓ ପଦୋନ୍ନତି ବିବାଦ : ବରିଷ୍ଠତାକୁ ନେଇ ବିବାଦ ପାଇଁ ସୃଷ୍ଟି ହେଉନି ସୁଯୋଗ

ରାତି ତମାମ ଏହି ଘଟଣା ସମ୍ପର୍କରେ କେହି ଜାଣି ନପାରି ଥିବା ବେଳେ ଆଜି ସକାଳେ କିଛି ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ କୋକସରା ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ସେପଟେ ଖୋର୍ଦ୍ଧା ବାଘମାରିରେ ସଡ଼କ ଦୁର୍ଘଟଣା। ବସ୍‌କୁ ପିଟିଲା ହାଇୱା । ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ ।

ବାଘମାରି-ଧଳାପଥର ରାସ୍ତା ଗେଡ଼ିଆପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି । ବସ୍‌ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି ।  ଘନ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବ୍ରହ୍ମଗିରି ଅଞ୍ଚଳରୁ ଫତେଗଡ଼ ରାମ ମନ୍ଦିର ଅଭିମୁଖେ ଆସୁଥିଲା ପିକନିକ ବସ୍‌ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ବସ୍କୁ ଧକ୍କା ଦେଇଥିଲା ।  ଘଟଣା ସ୍ଥଳରେ ଧଳାପଥର ଫାଣ୍ଡି ପୁଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି  ।..


---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe