ଢେଙ୍କାନାଳରେ ଭୟଙ୍କର ସଡ଼କ ଦୁର୍ଘଟଣା : ଚାଲିଗଲା ୩ ଜଣଙ୍କ ଜୀବନ

ଢେଙ୍କାନାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଛି  ।  ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର କଲ୍ୟାଣୀ ଗ୍ୟାସ ନିକଟରେ ଘଟିଛି ଦୁର୍ଘଟଣା ।  

ACCIDENT

Photograph: (KANAKNEWS)

କନକବ୍ୟୁରୋ : ଢେଙ୍କାନାଳରେ ଭୟଙ୍କର  ସଡ଼କ ଦୁର୍ଘଟଣା ।  ୩ ଜଣଙ୍କର ମୃତ୍ୟୁ ହୋଇଛି  ।  ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର କଲ୍ୟାଣୀ ଗ୍ୟାସ ନିକଟରେ ଘଟିଛି ଦୁର୍ଘଟଣା ।   ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।  ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ରହିଛି ।   ୩ ସ୍କୁଟି ଆରୋହୀ କଟକ ମାହାଙ୍ଗା ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।  

ଅଧିକ ପଢନ୍ତୁ... ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା : ପୁଣି ୨ ଅଭିଯୁକ୍ତ ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କୁ ରିମାଣ୍ଡରେ ନେଲା ପୁଲିସ

ତିନୋଟି  ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମୋର୍ଟମ ପାଇଁ ଭର୍ତ୍ତି କରାଯାଇଛି  ।  ତିନି ସ୍କୁଟି ଆରୋହୀଙ୍କ ମଧ୍ୟରୁ ସୁରେନ୍ଦ୍ର ବେହେରା (୨୧)ଙ୍କ ଘର ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ବୋଲି ଜଣାଯାଇଛି l ଅନ୍ୟ ଜଣେ ମୃତକ ଢେଙ୍କାନାଳ ତୁମୁଷୀଙ୍ଗା ଥାନା ମାଛିଆ ଗାଁର ମିଥୁନ ପାତ୍ର (୨୪) l  ଏଣେ ତୃତୀୟ ମୃତକ କଟକ ଜିଲ୍ଲା ମାହାଙ୍ଗା ଥାନା ଜଳେଶ୍ୱରପୁର ଗାଁର ଜଗନ୍ନାଥ ଦାସ (୩୦) ବୋଲି ଜଣାପଡ଼ିଛି।  ତିନିଜଣ ଯୁବକ ଏକ ରେସ୍ତୁରାଁରେ କାମ କରୁଥିବାର ପ୍ରାଥମିକ ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe