କନକବ୍ୟୁରୋ : ଢେଙ୍କାନାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର କଲ୍ୟାଣୀ ଗ୍ୟାସ ନିକଟରେ ଘଟିଛି ଦୁର୍ଘଟଣା । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ରହିଛି । ୩ ସ୍କୁଟି ଆରୋହୀ କଟକ ମାହାଙ୍ଗା ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।
ଅଧିକ ପଢନ୍ତୁ... ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା : ପୁଣି ୨ ଅଭିଯୁକ୍ତ ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କୁ ରିମାଣ୍ଡରେ ନେଲା ପୁଲିସ
ତିନୋଟି ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମୋର୍ଟମ ପାଇଁ ଭର୍ତ୍ତି କରାଯାଇଛି । ତିନି ସ୍କୁଟି ଆରୋହୀଙ୍କ ମଧ୍ୟରୁ ସୁରେନ୍ଦ୍ର ବେହେରା (୨୧)ଙ୍କ ଘର ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ବୋଲି ଜଣାଯାଇଛି l ଅନ୍ୟ ଜଣେ ମୃତକ ଢେଙ୍କାନାଳ ତୁମୁଷୀଙ୍ଗା ଥାନା ମାଛିଆ ଗାଁର ମିଥୁନ ପାତ୍ର (୨୪) l ଏଣେ ତୃତୀୟ ମୃତକ କଟକ ଜିଲ୍ଲା ମାହାଙ୍ଗା ଥାନା ଜଳେଶ୍ୱରପୁର ଗାଁର ଜଗନ୍ନାଥ ଦାସ (୩୦) ବୋଲି ଜଣାପଡ଼ିଛି। ତିନିଜଣ ଯୁବକ ଏକ ରେସ୍ତୁରାଁରେ କାମ କରୁଥିବାର ପ୍ରାଥମିକ ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/accident-2025-11-28-12-19-59.jpg)