କନକ ବ୍ୟୁରୋ: ତେଲେଙ୍ଗାନାରେ ଭୟଙ୍କର ଦୁର୍ଘଟଣା । ସରକାରୀ ଯାତ୍ରୀବାହୀ ବସ ସହ ଟ୍ରିପର ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ । ୮ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର। ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲା ଚେଭେଲା ନିକଟରେ ଦୁର୍ଘଟଣା ଘଟିଛି ।

Advertisment

ଅଧପନ୍ତରିଆ ବାଇପାସ୍‌ ରାସ୍ତା; ଅସମୂର୍ଣ୍ଣ ରାସ୍ତା ଘଟାଉଛି ଦୁର୍ଘଟଣା !

ହାଇଦ୍ରାବାଦ-ବିଜାପୁର ଜାତୀୟ ରାଜପଥରେ ଚିପ୍ସ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି । ଯାହାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ବସରେ ୪୦ ଜଣ ଯାତ୍ରୀ ଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏକାଧିକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଟ୍ରକଟି ଓଭରଟେକ କରିବାରୁ ଦୁର୍ଘଟଘା ଘଟିଥିବା ଆଶଙ୍କା କରାଯାଉଛି । 

ଷ୍ଟୋରୀ ଅପଡେଟ୍‌ ହେଉଛି...