ଚୌଦ୍ବାର-ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ୩ ମୃତ, ୨ ଗୁରୁତର

କଟରରେ କାଟି ମୃତଦେହ ବାହାର କଲେ ଅଗ୍ନିଶମ ବାହିନୀ । ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର

Accident

Accident Photograph: (Google)

କନକ ବ୍ୟୁରୋ: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ରଜକଣା ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ବୋଲେରୋ ସହ ଟ୍ୟାଙ୍କର ର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ ୨ ଗୁରୁତର । ଗୁରୁତରଙ୍କ ଅବସ୍ଥା ସଙ୍କଟପନ୍ନ । ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ୨ ଜଣଙ୍କୁ ଏସିବି ମେଡିକାଲ ପଠାଇ ମୃତ୍ୟୁ ୩ ଜଣଙ୍କୁ କଟର ସାହାଯ୍ୟରେ କାଟି ବାହାର କରିଛି । ମିଳିଥିବା ଖବର ଅନୁଯାୟୀ ସୁନ୍ଦରଗଡ଼ ରୁ ପୁରୀ ଯାଉଥିବା ଏକ ବୋଲେର ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର୍  ରେ ଚଡ଼ିବା ସହିତ ରାସ୍ତା ଆର ପାଖକୁ ଚାଲିଯାଇଥିଲା ।

ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର ସୋ’ ବେଳେ ବଡ଼ ଦୁର୍ଘଟଣା

ରାସ୍ତାର ଆର ପଟେ ଯାଉଥିବା ଏକ ଟ୍ୟାଙ୍କର ସହିତ ଧକ୍କା ଦେଇଥିଲା । ଫଳରେ ବୋଲେରୋ ଗାଡ଼ିରେ ଥିବା ୫ଜଣ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ପାଇଁ ପୁଲିସ ପଠାଇଛି । ଦୁର୍ଘଟଣା ଘଟିବା ପରେ ଜାତୀୟ ରାଜପଥ କର୍ମଚାରୀ  ଓ ଟାଙ୍ଗୀ ପୁଲିସଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ । ବର୍ତ୍ତମାନ ପଯ୍ୟନ୍ତ ଗୁରୁତର କିମ୍ବା ମୃତକ ଙ୍କ ପରିଚୟ ମିଳିପାରିନାହିଁ । ଟାଙ୍ଗୀ ପୁଲିସ ଦୁର୍ଘଟଣା ଘଟିଥିବା ଗାଡ଼ି ଦୁଇଟିକୁ ଜବତ୍ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe