କନକ ବ୍ୟୁରୋ : ମଣ୍ଡିରୁ ଉଠୁନି ଧାନ  । କେନ୍ଦ୍ରାପଡା ଜିଲ୍ଲା ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପାକ୍ସରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ପ୍ୟାକ୍ସରେ ଧାନ ଗଦାକରି ଦିନରାତି ଜଗି ବସୁଛନ୍ତି । ଶହଶହ ବସ୍ତା ଧାନ ପକାଇ ଜରିପାଲ ବାନ୍ଧି ଜଗି ବସୁଛନ୍ତି । ମିଲର ବିଭିନ୍ନ ମଣ୍ଡିରୁ ପାଳିକରି ଧାନ ଉଠାଉଥିବା ବେଳେ ଚାଷୀ ଜାନୁଆରି ମାସରୁ ଟୋକନ ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ ଉଠିନଥିବା ଅଭିଯୋଗ କରିଛନ୍ତି ।

Advertisment

ଅଧିକ ପଢନ୍ତୁ : ସ୍ୱାଭାବିକ ହୋଇପାରୁନି ମଣ୍ଡି; ଧାନ ଉଠୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଅନ୍ନଦାତା

 ସେହିପରି କେନ୍ଦ୍ରାପଡ଼ା ଆଳି ବ୍ଲକର ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତିର ଧାନ ମଣ୍ଡିରେ ପଡିରହିଛି ଧାନ ।  ଜାନୁଆରୀ ୯ ତାରିଖରୁ ମଣ୍ଡି ଉଦଘାଟନ ସରିଥିଲେ ମଧ୍ୟ କେବଳ ୧୮ ଶହ କୁଇଣ୍ଟାଲ ଧାନ ଏପର୍ଯ୍ୟନ୍ତ ଉଠିଛି । ଆହୁରି ୬୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି ।  ଏହି ସମବାୟ ସମିତିରେ ୨୦୬ ଜଣ ଚାଷୀ ଧାନ ଦେବାଲାଗି ଟୋକନ ପାଇଛନ୍ତି କିନ୍ତୁ ୧୪ ଦିନ ହେବ ଆସୁ ନାହାନ୍ତି ମିଲର । ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା ପଡି ରହିବା ଯୋଗୁଁ ଗାଈଗୋରୁ ସହ ମୂଷା ଧାନ ଖାଇଯାଉଛନ୍ତି । ବାରମ୍ବାର ଅଭିଯୋଗ ପରେ ଧାନ ମଣ୍ଡିରୁ ନଉଠିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ମଣ୍ଡି ଆଗରେ  ବିଜେଡି ନେତା ସହ ଧାରଣାରେ ବସିଛନ୍ତି । ଆହୁରି ୫ ହଜାର କୁଇଣ୍ଟାଲ ଟାର୍ଗେଟ୍ ଦେବା ସହିତ ପଡି ରହିଥିବା ଧାନ ଶୀଘ୍ର ମିଲର ଉଠାଇବାକୁ ଦାବି ହୋଇଛି ।