ସରୁନି ମଣ୍ଡି ସମସ୍ୟା, ତାଲା ପକାଇଲେ ଚାଷୀ

Advertisment

ଆଜି ମଧ୍ୟ ମିଲ୍‌ ଏଜେଣ୍ଟ ମାନେ ଧାନ ଉଠାଣରେ ପାତର ଅନ୍ତର କରିବାରୁ ଚାଷୀମାନେ ଉତ୍ତେଜିତ ହୋଇ ମଣ୍ଡି ସମ୍ମୁଖରେ ତାଲା ମାରି ପ୍ରତିବାଦ କରି ଗେଟ୍‌ ସମ୍ମୁଖରେ ବସି ରହି ଧାରଣା ଦେଇଛନ୍ତି ।

ଆଜି ମଧ୍ୟ ମିଲ୍‌ ଏଜେଣ୍ଟ ମାନେ ଧାନ ଉଠାଣରେ ପାତର ଅନ୍ତର କରିବାରୁ ଚାଷୀମାନେ ଉତ୍ତେଜିତ ହୋଇ ମଣ୍ଡି ସମ୍ମୁଖରେ ତାଲା ମାରି ପ୍ରତିବାଦ କରି ଗେଟ୍‌ ସମ୍ମୁଖରେ ବସି ରହି ଧାରଣା ଦେଇଛନ୍ତି ।

Mandi Crisis

Mandi Crisis Photograph: (Kanak News)

କନକ ବ୍ୟୁରୋ : ସରୁନି ଚାଷୀଙ୍କ ସମସ୍ୟା । ମଣ୍ଡି ସମସ୍ୟାକୁ ନେଇ ମଣ୍ଡିରେ ତାଲା ପକାଇଲେ ଚାଷୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନରେ ଥିବା ଗମ୍ଭାରୀଗୁଡା ଉପମଣ୍ଡିରେ ଉତ୍ତେଜନା । ପେକ୍ସ କର୍ମଚାରୀ ଓ ମିଲ ଏଜେଣ୍ଟଙ୍କ ମଧୁ ଚନ୍ଦ୍ରିକାରେ ମଣ୍ଡି ଚାଲୁଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଧାନ ମଣ୍ଡିରୁ ନନେଇ ସିଧାସଳଖ କିଛି ମୁଷ୍ଟିମେୟ ଚାଷିଙ୍କ ଧାନକୁ ମଣ୍ଡିରେ ରଖୁଛନ୍ତି, ଫଳରେ ଛୋଟ ଓ ନିରୀହ ଚାଷୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ସରକାର ଓ ମିଲର୍ସ କଳି ତୁଟିବା ପରେ ବି ସ୍ୱାଭାବିକ ହେଉନି ମଣ୍ଡି, କଟନି ଛଟନି ଓ ଟୋକନ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ଚାଷୀ

ଆଜି ମଧ୍ୟ ମିଲ୍‌ ଏଜେଣ୍ଟ ମାନେ ଧାନ ଉଠାଣରେ ପାତର ଅନ୍ତର କରିବାରୁ ଚାଷୀମାନେ ଉତ୍ତେଜିତ ହୋଇ ମଣ୍ଡି ସମ୍ମୁଖରେ ତାଲା ମାରି ପ୍ରତିବାଦ କରି ଗେଟ୍‌ ସମ୍ମୁଖରେ ବସି ରହି ଧାରଣା ଦେଇଛନ୍ତି । ସେପଟେ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ମାନସ ବେଣୁପାଣି କହିଛନ୍ତି, ମିଲରୁ ଗାଡ଼ି ଆସୁଛି ଚାଷୀଙ୍କ ଧାନ ଉଠାଣ କରାଯିବ ।

ସେପଟେ ମିଲର୍ସ ଓ ସରକାରଙ୍କ କଳି ତୁଟିଥିଲେ ବି ରାଜ୍ୟର ବିଭିନ୍ନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଅମଳ ଧାନ ବିକିବାକୁ ଶୀତ କାକରରେ ଜଗି ବସିଛନ୍ତି ଚାଷୀ । ଆଉ କେତେକେ ସ୍ଥାନରେ ମଣ୍ଡି ନଖୋଲିବାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏମଏସପି ବୃଦ୍ଧି ପରେ ଆଶା ଥିଲା ଚାଷୀଙ୍କ ଦୁଃଖ ଯିବ। ଭଲ ଦାମରେ ଧାନ ବିକିବ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଚିତ୍ର କିନ୍ତୁ ସମସ୍ତଙ୍କୁ ବ୍ୟଥିତ କରିଛି ।  ଲାଗି ରହିଛି ମଣ୍ଡି ଅବ୍ୟବସ୍ଥା । ମିଲର୍ସ ଓ ସରକାରଙ୍କ କଳି ତୁଟିବା ପରେ ବି ସ୍ବାଭାବିକ ହୋଇପାରୁନି ଧାନ ଉଠାଣ । ଗଞ୍ଜାମ ବେଲଗୁଣ୍ଠା ବ୍ଲକରେ ମଣ୍ଡିରୁ ଉଠୁନି ଧାନ । ବସ୍ତା ବସ୍ତା ଧାନ ରଖି ଶୀତ କାକରରେ ଜଗି ରହିଛି ଚାଷୀ । ମିଲରମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନୁନଥିବା ଦେଖିବାକୁ ମିଳିଛି। ପ୍ରତିବାଦରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe