ଚାରି ଦିନ ପରେ ବି ସ୍ୱାଭାବିକ ହୋଇପାରୁନି ମଣ୍ଡି; ଜିଦରେ ଅଟଳ ମିଲର, ଉଠୁନି ଧାନ

ଚାରିଦିନ ହେଲା ମଣ୍ଡି ଖୋଲିଥିଲେ ବି ଧାନ ଉଠୁନି । ସରକାର-ମିଲର ବିବାଦ ଯୋଗୁଁ କୁଇଣ୍ଟାଲ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି । ଏତିକିବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ନିରୁପାୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।

Paddy Procurement

Paddy Procurement Photograph: (Kanak News)

କନକ ବ୍ୟୁରୋ : ଚାଷୀ ଝାଳ ବୁହାଇ ଧାନ ଅମଳ କଲା । ଏବେ ପୁଣି ବିକିବା ପାଇଁ ସଂଘର୍ଷ କରୁଛି । ସରକାର ଯେଉଁ ଜିଲ୍ଲାରେ ମଣ୍ଡି ଖୋଲିଛନ୍ତି, ସେଠି ଧାନ ଉଠୁନି କି ଯେଉଁଠି ଖୋଲିନି, ସେଠି ବି ହନ୍ତସନ୍ତ ହେଉଛନ୍ତି ଚାଷୀ । ଅନ୍ୟପଟେ ନିଦାବିଷ୍ଣୁ ହୋଇ ବସିଛନ୍ତି ସରକାର । ଏତିକିବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା, ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି ।

ଚାରିଦିନ ହେଲା ମଣ୍ଡି ଖୋଲିଥିଲେ ବି ଧାନ ଉଠୁନି । ସରକାର-ମିଲର ବିବାଦ ଯୋଗୁଁ କୁଇଣ୍ଟାଲ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି । ଏତିକିବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ନିରୁପାୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ସମ୍ବଲପୁର ସିନ୍ଦରପଙ୍କରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ଧାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : ବୌଦ୍ଧ ଚାଷୀଙ୍କୁ ଚିନ୍ତାରେ ପକାଇଛି ବିଳମ୍ବିତ ମଣ୍ଡି,  ଅମଳ ଧାନ ସାଇତି ରଖିବାକୁ ନାହିଁ ଗୋଦାମ ଘର

ବରଗଡ଼ରେ ମଧ୍ୟ ସମାନ ସ୍ଥିତି । ମିଲରଙ୍କ ସହ ଚୁକ୍ତି ସ୍ୱାକ୍ଷର ହୋଇନଥିବାରୁ ଧାନ ଉଠୁନି । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା । ଜାଗା ନଥିବାରୁ ଟ୍ରାକ୍ଟର ଟ୍ରକ ଉପରେ ବି ଶହ ଶହ ବସ୍ତା ଧାନ ଲଦା ହୋଇ ରହିଛି । ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି । ଫଳରେ କୌଣସି ମୁହୂର୍ତ୍ତରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ଆଶଙ୍କା ଦେଖାଦେଇଛି । ଏହାକୁ ଏଡ଼ାଇବା ପାଇଁ ଆନ୍ଦୋଳନ ପୂର୍ବରୁ କଳାପାଣି ମଣ୍ଡି ପୋଲିସ ଛାଉଣିରେ ପରିଣତ ହୋଇଛି ।

ବରଗଡ଼, ସମ୍ବଲପୁର ଭଳି କଳାହାଣ୍ଡିରେ ମଧ୍ୟ ମଣ୍ଡିରୁ ଧାନ ଉଠୁନି । ଅନ୍ୟ ଜିଲ୍ଲାମାନଙ୍କ କଥା ଆହୁରି ସଂଗୀନ । ବୌଦ୍ଧ, ନୂଆପଡ଼ା, ଝାରସୁଗୁଡ଼ାରେ ମଣ୍ଡି ଖୋଲି ନଥିବାରୁ ଦଲାଲ ସକ୍ରିୟ ହେଲେଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe