କନକ ବ୍ୟୁରୋ : ଚାଷୀଙ୍କ ଟଙ୍କା ହଡପ କରିବାର ନୂଆ ତରିକା ସାମ୍ନାକୁ ଆସିଛି । ଲ୍ୟାମ୍ପକୁ ଧାନ ଆଣୁଥିବା ଚାଷୀ ଗାଡ଼ିରୁ ଧାନ ଓହ୍ଲାଇ ଓଜନ ପରେ ମଣ୍ଡିରେ ଧାନ ରଖିବା ଯାଏଁ ହେଉଥିବା ଲେବର ଖର୍ଚ୍ଚ ଲୁଟ କରୁଛନ୍ତି ଲ୍ୟାମ୍ପ କର୍ତ୍ତୃପକ୍ଷ । ଚାଷୀ ଏହି ଖର୍ଚ୍ଚ ନିଜେ ବହନ କରୁଥିବା ବେଳେ ବସ୍ତା ବାବଦକୁ ଟଙ୍କା ଦିଆଯାଉନି । ଯାହାକୁ ନେଇ କେନ୍ଦୁଝରରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।
କଟନୀଛଟନୀ ନୁହେଁ ସିଧାସଳଖ ମଣ୍ଡିରେ ଲୁଟର ଶିକାର ହେଉଛନ୍ତି ଚାଷୀ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରେ ଚାଷୀଙ୍କ ଟଙ୍କାକୁ ଅତି ସତର୍କତାର ସହ ଚଳୁ କରାଯାଉଛି । ନିୟମ ମୁତାବକ, ଧାନ ବିକିଲେ ଚାଷୀଙ୍କୁ ଲେବର୍ ସହ ଅଖା ବାବଦଙ୍କୁ ଟଙ୍କା ଦିଆଯାଇଥାଏ । କିନ୍ତୁ ଏହି ଟଙ୍କା ଚାଷୀଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଚାଷୀଙ୍କୁ ଅନ୍ଧାରରେ ରଖି ମଣ୍ଡି କର୍ତ୍ତୃପକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ : ଧାନ କିଣାକୁ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଦୂର ହେବ କି ଅଚଳାବସ୍ଥା, ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର
ଭଣ୍ଡା ଲ୍ୟାମ୍ପରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ମଣ୍ଡିରେ ଚାଷୀଙ୍କୁ ଧାନ ବସ୍ତା ଓହ୍ଲା ଉଠା ବାବଦରେ ଲେବର୍ ଖର୍ଚ୍ଚ କୁଇଣ୍ଟାଲ ପିଛା ୧୩.୧୪ ଟଙ୍କା ଦେଉଛନ୍ତି ସରକାର । ଏଥିସହ ଧାନ ବସ୍ତା ପାଇଁ ଅଲଗା ଟଙ୍କା ଯୋଗାଇ ଦିଆଯିବା ନିୟମ ରହିଛି । କିନ୍ତୁ ଚମ୍ପୁଆ ବ୍ଲକ ଭଣ୍ଡା ଲ୍ୟାମ୍ପରେ ଚାଷୀଙ୍କୁ ଅନ୍ଧାରରେ ରଖି ସତର୍କତାର ସରକାରୀ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହୋଇଛି । ଯାହାର ତଦନ୍ତ ଦାବି କରିଛନ୍ତି ଚାଷୀ ।
ବର୍ଷ ସାରା ଝାଳବୁହା ପରିଶ୍ରମ କରି ଚାଷ ଅମଳ ସମୟରେ ଦୁଇ ପଇସା ରୋଜଗାର କରିବାକୁ ଇଚ୍ଛା ରଖିଥାଏ । କିନ୍ତୁ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କୁ ସୁବୁଠି ନିରାଶ ହେବାକୁ ପଡୁଛି । ଫଳରେ ଚାଷପ୍ରତି ଲୋକଙ୍କ ମନ ଛିଡ଼ିଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/farmers-2026-01-07-18-28-42.jpg)