କନକ ବ୍ୟୁରୋ: ସ୍ୱାଭାବିକ ହେଲା ଧାନ ଉଠା ପ୍ରକ୍ରିୟା । ଯୋଗାଣ ମନ୍ତ୍ରୀଙ୍କ ସୂଚନା । ୧୯ ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦେଶ ନାମା ଜାରି ହୋଇଛି। ଗତକାଲି ମିଲର୍ସ ସଙ୍ଘ ସହିତ ଆଲୋଚନା ହୋଇଥିଲା । ଆଲୋଚନା ପରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢନ୍ତୁ: ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା; ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ
ଏହା ପରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇଛି । ୧୯ ଜିଲ୍ଲାରେ ଏଯାବତ୍ ୧ଏ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ୩ ଲକ୍ଷ ୧୫ ହଜାର ୪୩୧ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ୍ ଟନ୍ ଧାନ ମିଲର ଉଠାଇଛନ୍ତି । ଧାନ କିଣା ପ୍ରକ୍ରିୟା ସ୍ବାଭାବିକ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/07/krushna-chandra-patra-2026-01-07-12-53-17.jpg)