MALAKANAGIRI Photograph: (KANAK NEWS)
କନକ ବ୍ୟୁରୋ : ରାଜ୍ୟରେ ଖରିପ୍ ଧାନ ମଣ୍ଡି ଆରମ୍ଭ ହୋଇ ମାସ ମାସ ବିତିଲାଣି । ତଥାପି ମଣ୍ଡି ସମସ୍ୟାର ସମାଧାନ ହୋଇପାରୁନାହିଁ । ମାଲକାନଗିରି ଜିଲ୍ଲାରେ ଚାଷୀ ମାନେ ଟୋକନ ପାଇଛନ୍ତି, ତେବେ ମଣ୍ଡିରୁ ଧାନ ଉଠା ଟାର୍ଗେଟ ନଥିବାରୁ ଟୋକନ ଅବଧି ସରିବାକୁ ବସିଲାଣି । ସେପଟେ ଯୋଗାଣ ବିଭାଗ ଟାରଗେଟ ଆସି ଥିବା କଥା କହୁ ଥିଲେ ହେଁ ମିଲର ମାନେ ବ୍ୟାଙ୍କ ଗ୍ୟାରାଣ୍ଟି ପ୍ରଦାନ କରି ନ ଥିବାରୁ ମଣ୍ଡିରୁ ସୁରୁଖୁରରେ ଧାନ ଉଠି ପାରୁ ନାହିଁ । ଶେଷରେ ଟାର୍ଗେଟ ଓ ଟୋକନ ଯନ୍ତ୍ରଣାରେ ପେଶି ହେଉଥିବା ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ହୋଇ ସମସ୍ୟାର ସମାଧାନ ଦାବି କରିଛନ୍ତି ।
ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ। କିନ୍ତୁ ଟାର୍ଗେଟ ପୂରଣ ହୋଇଥିବା କହି ଧାନ ଉଠାଉ ନାହାନ୍ତି ମିଲର୍ସ । ମାଲକାନଗିରି ଜିଲ୍ଳାରୁ ଆସିଛି ମଣ୍ଡି ଅବ୍ୟବସ୍ଥାର ଏହି ଚିତ୍ର। ଟୋକନ ଅବଧି ସରି ଆସୁଥିବା ବେଳେ ଅମଳ ଧାନ ବିକ୍ରି କରି ନପାରି ହଟହଟା ହେଉଛନ୍ତି ଜିଲ୍ଳାର ହଜାର ହଜାର ଚାଷୀ । ପ୍ରଥମ ପର୍ଯ୍ୟାୟ ଟାର୍ଗେଟ୍ ସରିବା ଜିଲ୍ଲାର ଅଧିକାଂଶ ମଣ୍ଡିରୁ ମଲର୍ସ ଧାନ ଉଠାଉ ନାହାନ୍ତି । ପ୍ରତିବାଦରେ ଭଣ୍ଡାରିପାଙ୍ଗାମ, ମେକା ଓ କତାପାଲି ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଧାନ ଉଠାଇବା ଲାଗି ଗୁହାରି କରିଛନ୍ତି । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ ।
ଅଧିକ ପଢ଼ନ୍ତୁ---ଠିକା ସଂସ୍ଥାର ଶ୍ରମିକଙ୍କୁ ଶୋଷଣ ନୀତି ! ହକ୍ ମାଗିବାରୁ କାମରୁ ଛଟେଇ
କାହିଁକି ଧାନ ଉଠୁନାହିଁ ବୋଲି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ସାମ୍ନାକୁ ଆସିଛି ମୁଖ୍ୟ କାରଣ। ଦ୍ବିତୀୟ ପର୍ଯ୍ୟାୟରେ ୬ଲକ୍ଷ କ୍ୱିଣ୍ଟାଲ ଟାର୍ଗେଟ ଆସିଥିବା ବେଳେ ମିଲରେ ମାନେ ସେହି ଅନୁପାତରେ ବ୍ୟାଙ୍କ ଗ୍ୟାରାଣ୍ଟି ଦେଇ ନଥିବାରୁ ଏପରି ଅବ୍ୟବସ୍ଥା ଲାଗି ରହିଥିବା ଜଣାପଡିଛି। ଏନେଇ ସ୍ଥାନୀୟ ବିଧାୟକ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମିଲରଙ୍କ ପୂର୍ବ ବର୍ଷର ଚାଉଳ ଏବଂ ଧାନର ହିସାବ କିତାବ ଏ ଯାଏଁ ସରି ନଥିବାରୁ ମିଲରମାନେ ନୂତନ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇପାରୁନଥିବା ଜଣା ପଡିଛି। ସେପଟେ ମିଲରଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି, ଟାର୍ଗେଟ ଓ ଟୋକନର ଗୋଲକ ଧନ୍ଦାରେ ପେଶି ହେଉଛନ୍ତି ଚାଷୀକୂଳ ।
Follow Us