ଭୂତ ଚାଷୀଙ୍କୁ ଧରିବାକୁ ସଜବାଜ; ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା ସତ

Advertisment

ଧାନ ପଞ୍ଜୀକରଣ ସମୟରେ ଜମି ବାବଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାଆନ୍ତୁ ସାବଧାନ । ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ । ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ ।

ଧାନ ପଞ୍ଜୀକରଣ ସମୟରେ ଜମି ବାବଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାଆନ୍ତୁ ସାବଧାନ । ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ । ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ ।

Paddy Registration

Paddy Registration Photograph: (Kanak News)

କନକ ବ୍ୟୁରୋ : ଭୂତ ଚାଷୀ ହୋଇଯାଆନ୍ତୁ ସାବଧାନ । ଧାନ ପଞ୍ଜୀକରଣ ସମୟରେ ଯେଉଁ ଚାଷୀ ମିଥ୍ୟା ତଥ୍ୟ ଦେଇଥିବେ, ସେମାନଙ୍କୁ ନୋଟିସ୍ କରିବ ଯୋଗାଣ ବିଭାଗ । ସାଟେଲାଇଟ୍ ସର୍ଭେରୁ କେଳେଙ୍କାରୀ ଜଣାପଡ଼ିବା ପରେ ବିଭାଗ ଚେଇଁ ଉଠିଛି ।

ଧାନ ପଞ୍ଜୀକରଣ ସମୟରେ ଜମି ବାବଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାଆନ୍ତୁ ସାବଧାନ । ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ । ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ । ଅଣ ଚାଷଜମିକୁ ଚାଷ ଜମି ଦର୍ଶାଇଛନ୍ତି ଚାଷୀ । ଏବେ ଏହି ଭୂତ ଚାଷୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ବି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ମିଳିସାରିଛି ଅନୁମୋଦନ ।

ଅଧିକ ପଢ଼ନ୍ତୁ : ଉଦ୍‌ଘାଟନରେ ଅଟକିଛି ମଣ୍ଡି : ହୋଇପାରୁନି ଧାନ କିଣାବିକା

ଗତ ଖରିଫ୍‌ ଋତୁରେ ୧୭ ଲକ୍ଷ ୫୦ ହଜାର ଚାଷୀ ୫୮ ଲକ୍ଷ ଏକର ଜମି ପାଇଁ ପଞ୍ଜୀକରଣ କରିଥିଲେ । ଏବର୍ଷ ୧୯ ଲକ୍ଷ ୬୮ ହଜାର ଚାଷୀ ୬୧ ଲକ୍ଷ ୬୭ ହଜାର ଏକର ଜମି ପାଇଁ ପଞ୍ଜୀକରଣ କରିଛନ୍ତି । ଅର୍ଥାତ୍ ଗତଥର ଅପେକ୍ଷା ଏଥର ବଢିଛନ୍ତି ଚାଷୀ ଏବଂ ବଢିଛି ଜମି । ତେବେ କେମିତି ଏତେ ଜମି ବଢିଲା ? ତାହାକୁ ସନ୍ଦେହ କରି ତନାଘନା କରିଥିଲେ ସରକାର । ସେପଟେ ବିଜେଡିର ଅଭିଯୋଗ, ସରକାର ଭୁଆଁ ବୁଲାଉଛନ୍ତି ।

ସର୍ଭେ ଅନୁସାରେ, ଗତ ଜୁଲାଇ ମାସରେ ରାଜ୍ୟରେ ୨ ଲକ୍ଷ ୭୩ ହଜାର ନକଲି ଚାଷ ପ୍ଲଟ୍ ଥିବାନେଇ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ବାଲେଶ୍ୱରରେ ସର୍ବାଧିକ ୫୦ ହଜାର ଓ ବରଗଡ଼ରେ ୩୮ ହଜାର ନକଲି ପ୍ଲଟ୍ ଥିବା ଜଣାପଡିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe