କନକବ୍ୟୁରୋ : ଘୋଷଣାରେ ଅଟକିରହିଛି ଖରିଫ ଧାନ ମଣ୍ଡି। ଡିସେମ୍ବର ୧୧ରୁ ଉଦଘାଟନ ପରେ ବି ମଣ୍ଡି ଖୋଲିପାରୁନି। ଯାହା ନେଇ ଚାଷୀ ତାତିଛନ୍ତି। ସିଏସ୍‌ଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଆସନ୍ତାକାଲି ସୁଦ୍ଧା ମଣ୍ଡିରୁ ଧାନ ନଉଠିଲେ ଆନ୍ଦୋଳନର ଚେତାବନୀ ଦେଇଛି ବିଜେଡି । 

Advertisment

ଗତ ଡିସେମ୍ବର ୧୧ରେ କୋରାପୁଟରେ ବୋରିଗୁମ୍ମାରେ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା । କୋରାପୁଟରେ ୧୦୮ଟି ମଣ୍ଡି ଖୋଲାଯିବ ବୋଲି କହିଥିଲେ ଯୋଗାଣ ଅଧିକାରୀ। ହେଲେ ଆଜି ପର୍ଯ୍ୟନ୍ତ ଗୋଟେ ବି ମଣ୍ଡି ଖୋଲିପାରିନି। ଖୋଲାମେଲାରେ ଧାନ ପଡ଼ିରହିଛି। ଯାହାକୁ ନେଇ ତାତିଛନ୍ତି ୫ଟି ବ୍ଲକର ଚାଷୀ  ।   କୃଷକ କଲ୍ୟାଣ ମଞ୍ଚ ନେତୃତ୍ବରେ ସିଏସ୍‌ଓଙ୍କୁ ଘେରିଛନ୍ତି  ।

ଅଧିକ ପଢନ୍ତୁ... ରାଜୀର୍ଣ୍ଣ ବ୍ୟାସ ସରୋବର : ଭାଙ୍ଗିଗଲାଣି କାରୁକାର୍ଯ୍ୟ

ମଣ୍ଡି ଖୋଲିବା ପ୍ରସଙ୍ଗରେ ରବି ନନ୍ଦଙ୍କ ନେତୃତ୍ୱରେ ବିଜେଡି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲା  ।   ପ୍ରତିଶ୍ରୁତି ବି ମିଳିଲା। କିନ୍ତୁ ବାସ୍ତବ ସ୍ଥିତିକୁ ଦେଖି ଲାଗୁନି, ପ୍ରଶାସନ ଧାନ କିଣିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରବି ନନ୍ଦ। ଆସନ୍ତାକାଲି ସୁଦ୍ଧା ଧାନ ନଉଠିଲେ ଚାଷୀ ସଂଗଠନ ସହ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ।  ଚଳିତ ବର୍ଷ ସରକାର କୋରାପୁଟକୁ ୧୫ ଲକ୍ଷ କ୍ବିଣ୍ଟାଲ୍‌ ଖରିଫ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦେଇଛନ୍ତି ।  ସରକାର ଧାନ କିଣିବେ, କିନ୍ତୁ ନିଜର ଫାଇଦା ପାଇଁ ମିଲରଙ୍କ ହାତବାରିସି ସାଜିଛି ପ୍ରଶାସନ! ଫଳରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠୁନି। ଯାହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛି।