କନକ ବ୍ୟୁରୋ : ଭୂତ ଚାଷୀ ହୋଇଯାଆନ୍ତୁ ସାବଧାନ । ଧାନ ପଞ୍ଜୀକରଣ ସମୟରେ ଯେଉଁ ଚାଷୀ ମିଥ୍ୟା ତଥ୍ୟ ଦେଇଥିବେ, ସେମାନଙ୍କୁ ନୋଟିସ୍ କରିବ ଯୋଗାଣ ବିଭାଗ । ସାଟେଲାଇଟ୍ ସର୍ଭେରୁ କେଳେଙ୍କାରୀ ଜଣାପଡ଼ିବା ପରେ ବିଭାଗ ଚେଇଁ ଉଠିଛି ।
ଧାନ ପଞ୍ଜୀକରଣ ସମୟରେ ଜମି ବାବଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାଆନ୍ତୁ ସାବଧାନ । ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ । ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ । ଅଣ ଚାଷଜମିକୁ ଚାଷ ଜମି ଦର୍ଶାଇଛନ୍ତି ଚାଷୀ । ଏବେ ଏହି ଭୂତ ଚାଷୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ବି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ମିଳିସାରିଛି ଅନୁମୋଦନ ।
ଅଧିକ ପଢ଼ନ୍ତୁ : ଉଦ୍ଘାଟନରେ ଅଟକିଛି ମଣ୍ଡି : ହୋଇପାରୁନି ଧାନ କିଣାବିକା
ଗତ ଖରିଫ୍ ଋତୁରେ ୧୭ ଲକ୍ଷ ୫୦ ହଜାର ଚାଷୀ ୫୮ ଲକ୍ଷ ଏକର ଜମି ପାଇଁ ପଞ୍ଜୀକରଣ କରିଥିଲେ । ଏବର୍ଷ ୧୯ ଲକ୍ଷ ୬୮ ହଜାର ଚାଷୀ ୬୧ ଲକ୍ଷ ୬୭ ହଜାର ଏକର ଜମି ପାଇଁ ପଞ୍ଜୀକରଣ କରିଛନ୍ତି । ଅର୍ଥାତ୍ ଗତଥର ଅପେକ୍ଷା ଏଥର ବଢିଛନ୍ତି ଚାଷୀ ଏବଂ ବଢିଛି ଜମି । ତେବେ କେମିତି ଏତେ ଜମି ବଢିଲା ? ତାହାକୁ ସନ୍ଦେହ କରି ତନାଘନା କରିଥିଲେ ସରକାର । ସେପଟେ ବିଜେଡିର ଅଭିଯୋଗ, ସରକାର ଭୁଆଁ ବୁଲାଉଛନ୍ତି ।
ସର୍ଭେ ଅନୁସାରେ, ଗତ ଜୁଲାଇ ମାସରେ ରାଜ୍ୟରେ ୨ ଲକ୍ଷ ୭୩ ହଜାର ନକଲି ଚାଷ ପ୍ଲଟ୍ ଥିବାନେଇ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ବାଲେଶ୍ୱରରେ ସର୍ବାଧିକ ୫୦ ହଜାର ଓ ବରଗଡ଼ରେ ୩୮ ହଜାର ନକଲି ପ୍ଲଟ୍ ଥିବା ଜଣାପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/paddy-registration-2025-12-29-20-39-15.jpg)