କନକ ବ୍ୟୁରୋ : କାଳମୁଣ୍ଡି ପୋକ ପାଇଁ ଆତଙ୍କିତ ଲୋକ । ଶହଶହ ହେକ୍ଟର ବିରି ଫସଲ ଖାଇ ସଫା କରିବା ପରେ ଏବେ ଜନବସତିରେ ତାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ତୁରନ୍ତ ଏହି ପୋକକୁ ଦମନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କଳାବୁଦା ଗାଁ ଲୋକଙ୍କ ନିଦ ହଜାଇ ଦେଇଛି କାଳମୁଣ୍ଡି ପୋକ । ପ୍ରଥମେ ହେକ୍ଟର ହେକ୍ଟର ବିରି ଫସଲ ଖାଇ ସଫା କରିବା ପରେ ଏବେ ଲକ୍ଷାଧିକ ସଂଖ୍ୟାରେ ଜନବସତିକୁ ପଶି ଆସୁଛନ୍ତି । ରାସ୍ତା ଘାଟ, ଗଛ, ଘର ଭିତର, ବାହାର, ଚୁଲି, ଖାଇବା ଜିନିଷ ଯେଉଁଠି ଦେଖିବ ଏହି ପୋକ ସାଲୁବାଲୁ ହେଉଛନ୍ତି । ପାଖାପାଖି ସପ୍ତାହେ ହେଲାଣି ପୋକଙ୍କ ପ୍ରାର୍ଦୁଭାବରେ ଅତିଷ୍ଠ ହୋଇଗଲେଣି ଗାଁ ଲୋକ।
ପରିସ୍ଥିତି ଏପରି ଯେ ରୋଷେଇ କରିହେଉନି , ହୋଟେଲରୁ ଆଣି ଖାଉଛନ୍ତି । ଅନ୍ୟପଟେ ଆଉ କିଛି ଦିନରେ ଅମଳ ହେବାକୁ ଥିବା ବିରି ଫସଲ ପୋକ ନଷ୍ଟ କରିଦେବା ପରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । କେମିତି ପରିବାର ଚଳିବ କେମିତି କରଜ ସୁଝା ହେବ ଏସବୁ ତାହା ଚାଷୀ ଚିନ୍ତାର କାରଣ ପାଲଟିଛି । ତୁରନ୍ତ ପ୍ରଶାସନ ଏହି କାଳମୁଣ୍ଡି ପୋକଙ୍କୁ ଦମନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ--ମଣ୍ଡି ଖୋଲିଲେ ବି ହୋଇପାରୁନି ଧାନ ବିକ୍ରି;ଟୋକନ୍ ଓ ଟାର୍ଗେଟ୍ ଫାଶରେ ଚାଷୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/06/kalamundi-poka-2025-12-06-18-29-51.jpg)