କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ପଦ୍ମପୁର ଏକ ମରୁଡ଼ି ପ୍ରପିଡିତ ଅଞ୍ଚଳ । ଚାଷ ପାଇଁ ପାଣି ହେଉ କି ଧାନ ପଞ୍ଜିକରଣରେ ସବୁବେଳେ କିଛି ନା ସମସ୍ୟା ଦେଖାଦେଇଥାଏ । ହେଲେ ଚଳିତ ବର୍ଷ  ଧାନ ମଣ୍ଡି ଖୋଲି ସାରିଥିଲେ ମଧ୍ୟ ଚାଷୀ ଟୋକେନ୍‌ ମିଳିନଥିବାରୁ ଧାନ ବିକ୍ରି କରିପାରୁନାହାନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବା ପରେ ବି ଦେଖାଦେଇଛି ସମସ୍ୟା , ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି । କାଁ ଭାଁ କିଛି ଚାଷୀଙ୍କୁ ଛାଡ଼ିଦେଲେ ଅନେକ ଚାଷୀ ଏବେ ମଧ୍ୟ ଟୋକନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି । ଟୋକନ ଆସିଛି କି ନାହିଁ ଜାଣିବା ପାଇଁ ସମବାୟ ସମିତି, ଧାନ ମଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ଚାଷୀ କିନ୍ତୁ କିଛି ଜାଣିହେଉନି । ଆଉ ଯେଉଁ ମାନଙ୍କର ଟୋକନ ଆସିଛି, ତାଙ୍କର ଟାର୍ଗେଟ୍‌ ନଥିବାରୁ ଧାନ ବିକ୍ରି ହୋଇପାରୁନାହିଁ । 

Advertisment

ଉତ୍ତମ ବାରିକ,ପଦ୍ମପୁର କନସିଂହା ସମବାୟ ସମିତି ଅଧିନସ୍ଥ ଭାଲୁକନା ଗାଁର ଜଣେ ଦିବ୍ୟାଙ୍ଗ ଚାଷୀ । ନିଜ ପରିବାର ପୋଷଣ କରିବା ପାଇଁ ଚାଷ କାମ କରିଥାନ୍ତି । ଗତ ଅକ୍ଟୋବର ମାସରୁ ଅମଳ ଧାନକୁ ନିଜ ଘରେ ସାଇତି ରଖି ଟୋକନକୁ ଅପେକ୍ଷା କରିଛନ୍ତି । ଖରିଫ ଋତୁ ଧାନ କିଣିବା ପାଇଁ ନଭେମ୍ବର ୨୮ରୁ ପଦ୍ମପୁର ଆରଏମ୍‌ସି ଅଧୀନରେ ୯୨ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି । କିନ୍ତୁ ଟୋକେନ୍‌ ଓ ଟାର୍ଗେଟ୍‌ ସମସ୍ୟା ଚାଷୀ ଚିନ୍ତା ବଢ଼ାଉଛି । ପ୍ରାଶାସନିକ ଅଧିକାରି ଟୋକନ ସହ ପର୍ଯ୍ୟାପ୍ତ ପରିମାଣର ଟାର୍ଗେଟ ପ୍ରଦାନ କରିବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ--୪ ଦିନ ପରେ ଖୋଲିଲା ମଣ୍ଡି; ଆରମ୍ଭ ହେଲା ଧାନ ସଂଗ୍ରହ