FIRE ODISHA Photograph: (KANAK NEWS)
କନକ ବ୍ୟୁରୋ: ପାଚିଲା ଧାନ ବିଲରେ ଲାଗିଲା ନିଆଁ । ଧାନ ବିଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଜଳିଗଲେ ଚାଷୀ । ପୁରୀ ଜିଲ୍ଲା ପିପିଲି ସୁନାମୁଁହିଁ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ତେବେ ବିଲ ମଝିରେ ପଡ଼ିଛି ଜଳି ଯାଇଥିବା ଚାଷୀଙ୍କ ମୃତଦେହ । ଏହି ଖବର ପାଇ ସୁନାମୁହିଁ ଗାଁରେ ପହଞ୍ଚିଛି ପୁଲିସ । ଅଘଟଣ ଘଟିଥିବା ଜମିରେ ପହଞ୍ଚି ତଦନ୍ତ କରୁଛନ୍ତି ପିପିଲି ଥାନା ଅଧିକାରୀ । ଧାନ ବିଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ସେପଟେ ଫସଲ କିଆରିରେ ପାଣି ମଡ଼ାଇବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଚାଷୀଙ୍କ ଜୀବନ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବାରିଲୋ ଗାଁରେ ଘଟିଛି ଏହି ଦୁଃଖଦ ଖବର । ବାରିଲୋ ଗାଁର ବିଜୟ କୁମାର ଜେନା ଆଜି ସକାଳେ କୋବି କିଆରିରେ ପାଣି ମଡ଼ାଉଥିଲେ । କୌଣସି କାରଣରୁ ଲିପ୍ଟ ପଏଣ୍ଟର କରେଣ୍ଟ ସଂସ୍ପର୍ଶରେ ଆସିବାରୁ କିଆରିରେ ହିଁ ସେ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ଆହୁରି ପଢ଼ନ୍ତୁ : ଧୋନୀଙ୍କଠାରୁ ପନ୍ତଙ୍କ ଯାଏଁ, ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି
ଜାଣିରଖିବା ଉଚିତ ଯେ, ବିଜୟ ବାଲିପାଟଣା ବ୍ଲକର ଜଣେ ସଫଳ ଚାଷୀ ଭାବେ ବହୁ ସ୍ଥାନରେ ପୁରସ୍କୃତ ହୋଇଛନ୍ତି। ଜଣେ ସୁନାମଧନ୍ୟ ହାସ୍ୟ ଅଭିନେତା ଭାବେ ବାଲିପାଟଣା ଅଞ୍ଚଳରେ ଜଣାଶୁଣା । ବିଜୟ କୁମାର ଜେନାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅଞ୍ଚଳବାସୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।
Follow Us