ଟିକସ ଫାଙ୍କିବାକୁ ନକଲି ନମ୍ବର:  ପରମିଟ୍‌ ଓ ଫିଟନେସ ନଥିବା ୪ ବସ୍‌ ଧରିଲେ କଟକ ଆରଟିଓ

Advertisment

୧୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଥିବା ଅଭିଯୋଗ । ପୈଠ ନକରିବା ପର୍ଯ୍ୟନ୍ତ ରହିବ ବସ୍

୧୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଥିବା ଅଭିଯୋଗ । ପୈଠ ନକରିବା ପର୍ଯ୍ୟନ୍ତ ରହିବ ବସ୍

Fake number to evade taxes

Fake number to evade taxes Photograph: (KanakNews)

 କନକ ବ୍ୟୁରୋ:  ଟିକସ ଫାଙ୍କିବାକୁ ନକଲି ନମ୍ବର । ଟ୍ୟାକ୍ସ ଫାଙ୍କିବା ଲାଗି ନକଲି ନମ୍ବର, ପରମିଟ, ଫିଟନେସ  ନଥିବା ୪ଟି ବସକୁ ଜବତ କରିଛନ୍ତି କଟକ ଆରଟିଓ । ଏହି ୪ଟି ବସରେ ୧୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଥିବା ଅଭିଯୋଗରେ କଟକ ଆରଟିଓ ଜବତ କରିଛନ୍ତି । ଗୋଟିଏ ବସ ଟ୍ୟାକ୍ସ, ପରମିଟ, ଫିଟନେସ ଫାଙ୍କିବା ଅଭିଯୋଗରେ ସର୍ବାଧିକ ୫ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ରହିଛି ।

ଅଧକି ପଢନ୍ତୁ: ସେପ୍ଟେମ୍ବର ୩୦ ଯାଏ ବଢିଲା ଫିଟ୍‌ନେସ, ପରମିଟ୍‌ ଅବଧି : ୧୭ ଜିଲ୍ଲାକୁ ଡିଏଲ୍ ଟେଷ୍ଟ ପାଇଁ ଅନୁମତି, ୨୧ ତାରିଖ ଦିନ ୧୧ଟାରୁ ସ୍ଲଟ ବୁକିଂ

ଏହି ଘରୋଇ ବସଟି ପିକନିକ୍ ପାଇଁ ଆସୁଥିବା ବେଳେ ଗୋଡିସାହି ନିକଟରେ ଆରଟିଓ ଟିମ୍ ଧରିଥିଲା । ସେହିପରି ଅନ୍ୟ ଏକ ବସ ଉପରେ ୪ ଲକ୍ଷ ୪୮ ହଜାର ଟଙ୍କାର ଟ୍ୟାକ୍ସ, ଫିଟନେସ, ପରମିଟ ବାବଦକୁ ଜରିମାନା ରହିଥିଲା । ସେହିପରି ଜବତ ଆଉ ଦୁଇଟି ବସରେ ଯଥାକ୍ରମେ ୨ ଲକ୍ଷ ୩୪ ହଜାର ଏବଂ ୧୦ ହଜାର ଟଙ୍କା ଜରିମାନା ରହିଛି । ଜରିମାନା ପୈଠ ନକରିବା ପର୍ଯ୍ୟନ୍ତ ବସ୍‌ ଛଡାଯିବ ନାହିଁ ବୋଲି କଟକ ଆରଟିଓ ସୂଚନା ଦେଇଛନ୍ତି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe