କନକ ବ୍ୟୁରୋ: ଦୁଇ ଦିନ ତଳେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ବାଲି ବୋଝେଇ ହାଇୱା ଧକ୍କା ଘଟଣାରେ ଖୋଲିଛି ଗୁମର । ସାମନାକୁ ଆସିଛି ବାଲି ଚୋରିର ସତ । ବର୍ଷ ବର୍ଷ ଧରି ଅଙ୍ଗ ନଦୀର ପେଟ ତାଡି ଲୁଟୁଛନ୍ତି ବାଲି ମାଫିଆ । ମାଲାମାଲ ହେଉଛନ୍ତି । ଆଉ ଯେତେବେଳ ଧରିବା ପାଇଁ ଉପଜିଲ୍ଲାପାଳ ଉଦ୍ୟମ କରିଛନ୍ତି, ସେତେବେଳେ ଖସିବା ପାଇଁ ଏମିତି କାଣ୍ଡ ଭିଆଇଛନ୍ତି ।  

Advertisment

ଓଡ଼ିଶାରୁ ଛତିଶଗଡ଼ ଯାଉଛି ବାଲି 
ମାଲାମାଲ ହେଉଛନ୍ତି ମାଫିଆ 
ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପରେ ଏବେ ସାମନାକୁ ଆସିଛି ଓଡ଼ିଶାରୁ ଛତିଶଗଡ଼କୁ ବାଲି ଚୋରା ଚାଲାଣର ସାଂଘାତିକ ସତ । ବରଗଡ଼ ପଦ୍ମପୁର ଉପଖଣ୍ଡ ଦେଇ ପ୍ରବାହିତ ଅଙ୍ଗ ନଦୀରୁ ଚାଲିଛି ବେଧଡକ ବାଲି ଲୁଟ୍ । ନଦୀର ପେଟ ତାଡ଼ି, ବଡ ବଡ ହାଇୱା ସହାୟତାରେ ଚାଲିଛି ବାଲି ଚୋରି । ଚଢ଼ା ଦାମରେ ବିକ୍ରି କରି ମାଫିଆ ମାଲାମାଲ ହେଉଛନ୍ତି । ବେଆଇନ ଭାବେ ଛତିଶଗଡ଼କୁ ବି ବାଲି ଚୋରା ଚାଲାଣ କରୁଛନ୍ତି । ସ୍ବର ଉଠାଇଲେ ଧମକ ଦିଆଯାଉଛି । ଖଣି ବିଭାଗ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି । ଯାହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ ।

ନାଗରିକଙ୍କ ପାଇଁ ଭାରତର କଡ଼ା ପରାମର୍ଶାବଳୀ, ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ

ସୋମବାର ସକାଳ ୯ଟା ୩୦ 
ସ୍ଥାନ- ସରାଇକେଲା, ପଦ୍ମପୁର 
ଜଗଦଳପୁରରୁ ପଦ୍ମପୁର ଆସୁଥିବା ସମୟରେ ଗୋଟିଏ ନମ୍ବର ବିହିନ ବାଲି ବୋଝେଇ ହାଇୱାକୁ ଅଟକାଇଥିଲେ ପଦ୍ମପୁର ଉପଜିଲ୍ଲାପାଳ । କିନ୍ତୁ ଗାଡି ଅଟକିବା ବଦଳରେ ଉପଜିଲ୍ଲାପାଳଙ୍କ ଗାଡିକୁ ପଛ ପଟ୍ଟୁ ଧକ୍କା ଦେଇଥିଲା । ହେଲେ, ଅଳ୍ପକେ ବର୍ତ୍ତି ଯାଇଥିଲେ ଉପଜିଲ୍ଳାପାଳ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ୍ । ଯାଂଚ କରିଥିଲେ ଏକ ସ୍ବତନ୍ତ୍ର ଟିମ୍ । ଯାଂଚ ପରେ ବାଲି ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି ତଥା ଉପଜିଲ୍ଳାପାଳଙ୍କ ଗାଡ଼ିକୁ ଧକ୍କା ଦେବା ବିରୋଧରେ ଥାନାରେ ମାମଲା ହୋଇଛି । ପଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଇଥିବା ହାଇୱା ଡ୍ରାଇଭରକୁ ଗିରଫ କରିଛି ପୁଲିସ୍ । ଅନ୍ୟପଟେ କର୍ମଚାରୀ ଅଭାବ ଚଢ଼ାଉ ହୋଇ ପାରୁନଥିବା କହିଛନ୍ତି ବରଗଡ଼ ଖଣି ଅଧିକାରୀ । ତେବେ ପ୍ରଶ୍ନ ଉଠୁଛି, ଡ୍ରାଇଭର ତ ଗିରଫ ହେଲା,  ବାଲି ମାଫିଆଙ୍କ ପାଖରେ କାହିଁକି ଏପର୍ଯ୍ୟନ୍ତ ପହଞ୍ଚିନି ପୁଲିସର ହାତ?  ବାଲି ମାଫିଆଙ୍କୁ କିଏ ଦେଉଛି ସୁରକ୍ଷା?