କନକ ବ୍ୟୁରୋ: ଟିକସ ଫାଙ୍କିବାକୁ ନକଲି ନମ୍ବର । ଟ୍ୟାକ୍ସ ଫାଙ୍କିବା ଲାଗି ନକଲି ନମ୍ବର, ପରମିଟ, ଫିଟନେସ ନଥିବା ୪ଟି ବସକୁ ଜବତ କରିଛନ୍ତି କଟକ ଆରଟିଓ । ଏହି ୪ଟି ବସରେ ୧୧ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଥିବା ଅଭିଯୋଗରେ କଟକ ଆରଟିଓ ଜବତ କରିଛନ୍ତି । ଗୋଟିଏ ବସ ଟ୍ୟାକ୍ସ, ପରମିଟ, ଫିଟନେସ ଫାଙ୍କିବା ଅଭିଯୋଗରେ ସର୍ବାଧିକ ୫ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ରହିଛି ।
ଅଧକି ପଢନ୍ତୁ: ସେପ୍ଟେମ୍ବର ୩୦ ଯାଏ ବଢିଲା ଫିଟ୍ନେସ, ପରମିଟ୍ ଅବଧି : ୧୭ ଜିଲ୍ଲାକୁ ଡିଏଲ୍ ଟେଷ୍ଟ ପାଇଁ ଅନୁମତି, ୨୧ ତାରିଖ ଦିନ ୧୧ଟାରୁ ସ୍ଲଟ ବୁକିଂ
ଏହି ଘରୋଇ ବସଟି ପିକନିକ୍ ପାଇଁ ଆସୁଥିବା ବେଳେ ଗୋଡିସାହି ନିକଟରେ ଆରଟିଓ ଟିମ୍ ଧରିଥିଲା । ସେହିପରି ଅନ୍ୟ ଏକ ବସ ଉପରେ ୪ ଲକ୍ଷ ୪୮ ହଜାର ଟଙ୍କାର ଟ୍ୟାକ୍ସ, ଫିଟନେସ, ପରମିଟ ବାବଦକୁ ଜରିମାନା ରହିଥିଲା । ସେହିପରି ଜବତ ଆଉ ଦୁଇଟି ବସରେ ଯଥାକ୍ରମେ ୨ ଲକ୍ଷ ୩୪ ହଜାର ଏବଂ ୧୦ ହଜାର ଟଙ୍କା ଜରିମାନା ରହିଛି । ଜରିମାନା ପୈଠ ନକରିବା ପର୍ଯ୍ୟନ୍ତ ବସ୍ ଛଡାଯିବ ନାହିଁ ବୋଲି କଟକ ଆରଟିଓ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/16/fake-number-to-evade-taxes-2026-01-16-08-08-03.jpg)