ବଢ଼ିଲା ବିରୋଧୀଙ୍କ ବିରୋଧ, ଆଦେଶ ପ୍ରତ୍ୟାହାର କରିନେଲେ ସରକାର, ଏବେ ବାଧ୍ୟତାମୂଳକ ନୁହେଁ ସଞ୍ଚାର ସାଥୀ ଆପ୍

ଏହି ଆପର ଲୋକପ୍ରିୟତା ବଢ଼ୁଥିବା ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ସରକାର ଚାହୁଁଥିଲେ କି. ଏହି ଆପକୁ ଇନଷ୍ଟଲ କରି ସାଧାରଣ ଲୋକ ବି ସାଇବର ଠକାମୀରୁ ରକ୍ଷା ପାଇପାରିବେ । ଗତ ଗୋଟିଏ ଦିନ ମଧ୍ୟରେ ୬ ଲକ୍ଷ ଲୋକ ଏହି ଆପକୁ ଡାଉନଲୋଡ କରିବାକୁ ପଞ୍ଜିକରଣ କରିଥିଲେ । ଏହା ପୂର୍ବରୁ ୧.୪ କୋଟି ଲୋକ ଏହି ଆପକୁ ଡାଉନଲୋଡ କରିସାରିଛନ୍ତି । ଏହାଫଳରେ ଦୈନିକ ୨ ହଜାର ସାଇବର ଠକାମୀର ସୂଚନା ମିଳୁଥିଲା ।

sanchar

କନକ ବ୍ୟୁରୋ : ଶେଷରେ ବିରୋଧୀଙ୍କ ଚାପ ଯୋଗୁଁ ସରକାର ତାଙ୍କ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ସଞ୍ଚାର ସାଥୀ ଆପକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ ପରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ପୂର୍ବରୁ ସରକାର ଏହି ଆପକୁ ଫୋନରେ ବାଧ୍ୟତାମୂଳକ ପାଇଁ ରଖିବାକୁ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛନ୍ତି । ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ଆପକୁ ପ୍ରତି ମୋବାଇଲରେ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିରୋଧୀଦଳମାନେ ଏହାକୁ ବିରୋଧ କରିବା ପରେ ସରକାର ବାଧ୍ୟ ହୋଇ ଏହି ଆଦେଶକୁ ପ୍ରତ୍ୟାହାର କରିଛନ୍ତି । 

ଅଧିକ ପଢ଼ନ୍ତୁ :ସାଇବର ସିକ୍ୟୁରିଟି ନେଇ ସରକାରଙ୍କ ବଡ ପଦକ୍ଷେପ : ଏବେ ସବୁ ମୋବାଇଲରେ ହେବ ‘ସଞ୍ଚାର ସାଥୀ’

ଏହି ଆପର ଲୋକପ୍ରିୟତା ବଢ଼ୁଥିବା ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ସରକାର ଚାହୁଁଥିଲେ କି. ଏହି ଆପକୁ ଇନଷ୍ଟଲ କରି ସାଧାରଣ ଲୋକ ବି ସାଇବର ଠକାମୀରୁ ରକ୍ଷା ପାଇପାରିବେ । ଗତ ଗୋଟିଏ ଦିନ ମଧ୍ୟରେ ୬ ଲକ୍ଷ ଲୋକ ଏହି ଆପକୁ ଡାଉନଲୋଡ କରିବାକୁ ପଞ୍ଜିକରଣ କରିଥିଲେ । ଏହା ପୂର୍ବରୁ ୧.୪ କୋଟି ଲୋକ ଏହି ଆପକୁ ଡାଉନଲୋଡ କରିସାରିଛନ୍ତି । ଏହାଫଳରେ ଦୈନିକ ୨ ହଜାର ସାଇବର ଠକାମୀର ସୂଚନା ମିଳୁଥିଲା । ହେଲେ କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ଏହି ଆପକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲା । ଦଳର ସାଂସଦମାନେ କହିଥିଲେ କି, ସରକାର ପେଗାସସ ଭଳି ଏହି ଆପ୍ ମାଧ୍ୟମରେ ପ୍ରତିଟି ନାଗରିକଙ୍କ ଗୋପନ ତଥ୍ୟ ଜାଣିବାକୁ ଷଡଯନ୍ତ୍ର କରୁଛନ୍ତି । 
ରାଜ୍ୟସଭାର ଶୂନ୍ୟକାଳରେ କଂଗ୍ରେସ ନେତା ରଣଦୀପ ସୁରଜୱାଲା କହିଥିଲେ ଯେ, ଏହି ଆପର କିଛି ବିଶେଷତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏଥିରେ ପ୍ରତି ବ୍ୟବହାରକାରୀଙ୍କ ବାସ୍ତବିକ ସମୟର ଲୋକେଶନ, ସର୍ଚ୍ଚ ହିଷ୍ଟ୍ରି, ଆର୍ଥିକ କାରବାର, ଅପ୍ ଲାଇନ ମେସେଜ, ହ୍ୱାଟସଆପ ମେସେଜ ଉପରେ ସରକାର ନଜର ରଖିବାକୁ ଚେଷ୍ଟା କରୁଛନ୍ତି । 

ଅଧିକ ପଢ଼ନ୍ତୁ :ଚୋରି ମୋବାଇଲ ପାଇବେ କେମିତି ? ସଞ୍ଚାର ସାଥୀ ପୋର୍ଟାଲ ବିକାଶ କଲେ କେନ୍ଦ୍ର ସରକାର

ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସରକାର ଏକ ଆଦେଶରେ କହିଥିଲେ କି, ସମସ୍ତୁ ମୋବାଇଲ ଫୋନ ବିକ୍ରେତା ଭାରତରେ ବିକ୍ରି କରୁଥିବା ଆଣ୍ଟ୍ରଏଡ୍ ମୋବାଇଲ ସହ ପୁରୁଣା ଉପକରଣରେ ବି ସଫ୍ଟୱେୟାର ଅପଡେଟ୍ ମାଧ୍ୟମରେ ସଂଚାର ସାଥୀ ଆପକୁ ପ୍ରି ଇନଷ୍ଟଲ କରିବା ବାଧ୍ୟତାମୂଳକ । ଆଦେଶରେ ଏହା ବି କୁହାଯାଇଥିଲା କି, ମୋବାଇଲ ଫୋନ କମ୍ପାନିମାନେ ସୁନିଶ୍ଚିନ୍ତ କରନ୍ତୁ ଯେ, ପ୍ରି ଇନଷ୍ଟଲ ସଂଚାର ସାଥୀ ଆପ୍ ପ୍ରଥମଥର ଉପଯୋଗ କରୁଛନ୍ତି କିମ୍ବା ସେଟଅପ୍ ସମୟରେ ଉପଯୋଗକର୍ତ୍ତାଙ୍କ ପାଇଁ ଇନଷ୍ଟଲ କରିଛନ୍ତି । 
ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି କି, ସଂଚାର ସାଥୀ ଆପ୍ ମାଧ୍ୟମରେ ନା ଗୁଇନ୍ଦାଗିରି ସମ୍ଭବ ଥିଲା, ନା ଆଗକୁ ହୋଇପାରିବ  ବୋଲି ଲୋକସଭାରେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe